କନକ ବ୍ୟୁରୋ : ଦେଶ ପାଳୁଛି ୭୬ ତମ ଗଣତନ୍ତ ଦିବସ । ଏଥର ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥରେ କେଉଁ ଜିନିଷ ପ୍ରଥମ ଥର ନଜର ଆସିବ । ଏହା ବ୍ୟତୀତ, ଆଉ କଣ ଘଟିବ ଯାହା ପୂର୍ବ ଅପେକ୍ଷା ଆହୁରି ଚିତ୍ତାକର୍ଷକ ଏବଂ ମହାନ ହେବାର ସମ୍ଭାବନା ଅଛି? ବିଶ୍ୱ ଦେଖିବ ଭାରତର ଶୌର୍ୟ୍ୟ ଓ ସାମର୍ଥ୍ୟ ।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ । ତେବେ ସବୁଠାରୁ ବଡ କଥା ପ୍ରବୋବ ସୁବିୟାଣ୍ଟୋ ରାଜନୀତି ଅପେକ୍ଷା ସୈନ୍ୟ କ୍ଷେତ୍ର ସହ ଜଡିତ। ଯେତେବେଳେ ଭାରତର ପ୍ରଥମ ଗଣତନ୍ତ୍ର ଦିବସ ପାଳିଥିଲା ସେତେବେଳେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେବେଠାରୁ, ଏହା ଚତୁର୍ଥ ଥର ହେବାକୁ ଯାଉଛି ଯାହା ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଭାରତରେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଉଛି।
ଏଥିସହିତ କର୍ତ୍ତବ୍ୟ ପଥରେ ତିନି ସେନାର ମିଳିତ ପରେଡ ଦେଖିବ ଦେଶ। ଯୁଦ୍ଧକ୍ଷେତ୍ରର ଦୃଶ୍ୟାବଳୀ ପ୍ରଦର୍ଶିତ କରିବ ତିନି ସେନା। କର୍ତ୍ତବ୍ୟପଥର ପରେଡ ଦେଖିବା ପାଇଁ ୬୦୦ ରୁ ଅଧିକ ପଞ୍ଚାୟତ ସଦସ୍ୟ ବିଶେଷ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଅତିଥିମାନଙ୍କୁ ସେମାନଙ୍କ ପଞ୍ଚାୟତରେ ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନ କରାଯାଇଛି । ଏହା ବ୍ୟତିତ ସରକାରଙ୍କ ତରଫରୁ କ୍ରୀଡାରେ ଉନ୍ନତ୍ତ ପ୍ରଦର୍ଶନ କରିଥିବା ଏବଂ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଆମନ୍ତ୍ରିତ କରାଯାଇଛି । ଏହା ବାଦ ୫୦୦୦ କଳାକାରଙ୍କୁ ନେଇ ୧୧ ମିନିଟର ଏକ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହେବ । ଏହି ପ୍ରଦର୍ଶନରେ ଦେଶର ବିଭିନ୍ନ ସ୍ଥାନରୁ 45 ରୁ ଅଧିକ ନୃତ୍ୟ ଶୈଳୀ ସାମିଲ ହେବ ।