ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ; ନାଁ ପରିବର୍ତ୍ତନ ନେଇ ଯୁକ୍ତି ବାଢ଼ିଲେ ଧର୍ମେନ୍ଦ୍ର

Advertisment

ପୁଣି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ। ହେଲେ ଏଥର ଭିନ୍ନ କୌଣସି କାରଣକୁ ନେଇ ନୁହେଁ ରେଭେନ୍ସାର ନାଁ ପରିବର୍ତ୍ତନକୁ ନେଇ ଚର୍ଚ୍ଚାକୁ ଆସିଛି।

ପୁଣି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ। ହେଲେ ଏଥର ଭିନ୍ନ କୌଣସି କାରଣକୁ ନେଇ ନୁହେଁ ରେଭେନ୍ସାର ନାଁ ପରିବର୍ତ୍ତନକୁ ନେଇ ଚର୍ଚ୍ଚାକୁ ଆସିଛି।

Ravenshaw Name Change

କନକ ବ୍ୟୁରୋ : କଟକରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗଦେଇ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ସାଂସଦ, ବିଜେଡି ନେତା ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର କହିଛନ୍ତି, ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ ଥିଲା ? ନଅଙ୍କ ଦୁର୍ଭିକ୍ଷ କଥା ଉଠାଇବା ସହ ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି ବୋଲି ପଚାରିଛନ୍ତି ମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

୧୮୬୮ରେ ସ୍ଥାପିତ ହୋଇଥିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ। ତତ୍କାଳୀନ ଇଂରେଜ ଶାସକ ଥମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁରେ ଏହି କଲେଜର ନାମ କରଣ କରାଯାଇଥିଲା। ରାଜ୍ୟ ତଥା ଦେଶରେ ଏହି ଶିକ୍ଷାନୁଷ୍ଠାନର ବେଶ୍ ନା ରହିଛି। ୨୦୦୬ରେ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଥିଲା। ଏହି ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଥିବା ଶହ ଶହ ଛାତ୍ରଛାତ୍ରୀ ରାଜନୀତିଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ବେଶ ନାଁ କରିଛନ୍ତି। ଆଉ ଏବେ ରେଭେନ୍ସାର ନାଁ ବଦଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ନୂଆ ବିତର୍କ ଆରମ୍ଭ ହୋଇଛି।

ରାଜ୍ୟରେ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଅଛି। ଧର୍ମେନ୍ଦ୍ର ପ୍ରଧାନ ନିଜେ ଶିକ୍ଷା ମନ୍ତ୍ରୀ ଅଛନ୍ତି। ତେଣୁ ନାଁ ବଦଳାଇବା ନେଇ ତାଙ୍କ ବୟାନ ଅନେକ ଗୁରୁତ୍ୱ ରଖୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe