ଡରାଉଛି ଅଜଣା ରୋଗ ।  ଗାଁର ୪୦ରୁ ୩୦ ପରିବାର ଜ୍ୱରରେ ପୀଡ଼ିତ ।

Advertisment

ମୋହନା ବ୍ଲକ ବିରିକୋଟ ଗାଁରେ ଆତଙ୍କ । ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । 

Updated On

ମୋହନା ବ୍ଲକ ବିରିକୋଟ ଗାଁରେ ଆତଙ୍କ । ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । 

ଅଦ୍ୟତନ ହୋଇଛି
23୍୍

କନକ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ଗାଁରେ ଜ୍ୱର ଡର । ଗାଁର ୯ ଓ ୧୦ ନମ୍ୱର୍ ୱାର୍ଡରେ ବସବାସ କରୁଥିବା ୩୦ ପରିବାର ଜ୍ୱରରେ ପୀଡିତ। ମହିଳା ଓ ପୁରୁଷ, ଛୋଟରୁ ବଡ଼ ସମସ୍ତେ ଆକ୍ରାନ୍ତ । ପ୍ରଥମେ ଜ୍ୱର ତା’ପରେ ଗୋଡ଼ହାତ ପ୍ରବଳ ବିନ୍ଧା । ଜ୍ୱର ଟିକିଏ କମିଲେ, ଗୋଡ଼ ହାତ ଫୁଲିଯାଉଛି । କିଛି ଲୋକ ଆକ୍ରାନ୍ତ ହୋଇ ମେଡ଼ିକାଲ ଯାଉଥିବା ବେଳେ ଅଧିକାଂଶ ଲୋକ ଘରେ ପଡ଼ି ରହିଥିବା ଅଭିଯୋଗ ହୋଇଛି ।
 
କେଉଁ କାରଣରୁ ଏହି ରୋଗ ବଢ଼ିବାରେ ଲାଗିଛି ତାହା ଜଣାପଡୁନାହିଁ । ଅଚିହ୍ନା ରୋଗକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି। ବିରିକୋଟ ଡାକ୍ତରଖାନାକୁ ମାତ୍ର ଦୁଇଟି ମାମଲା ଆସିଛି । ଯଦି ଆଗକୁ ଏହି ରୋଗ ବଢ଼େ ତେବେ ଏକ ଡ଼ାକ୍ତରୀ ଟିମ୍ ଗଠନ କରି ତଦନ୍ତ କରାଯିବ ବୋଲି ମେଡିକାଲ୍ ଅଧିକାରୀ ସୂଚନା ଦେଇଛନ୍ତି ।  ମେଡିକାଲ ଅଧିକାରୀ କହିଛନ୍ତି  ମାମଲା ବଢ଼ିଲେ, ଗାଁକୁ ଯିବ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe