କନକ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ଗାଁରେ ଜ୍ୱର ଡର । ଗାଁର ୯ ଓ ୧୦ ନମ୍ୱର୍ ୱାର୍ଡରେ ବସବାସ କରୁଥିବା ୩୦ ପରିବାର ଜ୍ୱରରେ ପୀଡିତ। ମହିଳା ଓ ପୁରୁଷ, ଛୋଟରୁ ବଡ଼ ସମସ୍ତେ ଆକ୍ରାନ୍ତ । ପ୍ରଥମେ ଜ୍ୱର ତା’ପରେ ଗୋଡ଼ହାତ ପ୍ରବଳ ବିନ୍ଧା । ଜ୍ୱର ଟିକିଏ କମିଲେ, ଗୋଡ଼ ହାତ ଫୁଲିଯାଉଛି । କିଛି ଲୋକ ଆକ୍ରାନ୍ତ ହୋଇ ମେଡ଼ିକାଲ ଯାଉଥିବା ବେଳେ ଅଧିକାଂଶ ଲୋକ ଘରେ ପଡ଼ି ରହିଥିବା ଅଭିଯୋଗ ହୋଇଛି ।
କେଉଁ କାରଣରୁ ଏହି ରୋଗ ବଢ଼ିବାରେ ଲାଗିଛି ତାହା ଜଣାପଡୁନାହିଁ । ଅଚିହ୍ନା ରୋଗକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି। ବିରିକୋଟ ଡାକ୍ତରଖାନାକୁ ମାତ୍ର ଦୁଇଟି ମାମଲା ଆସିଛି । ଯଦି ଆଗକୁ ଏହି ରୋଗ ବଢ଼େ ତେବେ ଏକ ଡ଼ାକ୍ତରୀ ଟିମ୍ ଗଠନ କରି ତଦନ୍ତ କରାଯିବ ବୋଲି ମେଡିକାଲ୍ ଅଧିକାରୀ ସୂଚନା ଦେଇଛନ୍ତି । ମେଡିକାଲ ଅଧିକାରୀ କହିଛନ୍ତି ମାମଲା ବଢ଼ିଲେ, ଗାଁକୁ ଯିବ ଟିମ୍ ।
ଡରାଉଛି ଅଜଣା ରୋଗ । ଗାଁର ୪୦ରୁ ୩୦ ପରିବାର ଜ୍ୱରରେ ପୀଡ଼ିତ ।
ମୋହନା ବ୍ଲକ ବିରିକୋଟ ଗାଁରେ ଆତଙ୍କ । ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।