କନକ ବ୍ୟୁରୋ: ବାଂଲାଦେଶୀ ଯୁବତୀଙ୍କର ହେଉଥିଲା ଫଟୋ ସୁଟ୍। ଜଣକ ପରେ ଜଣେ ମଡେଲ ଭଳି ଫଟୋ ଉଠାଉଥିଲେ। ହିରୋଇନଙ୍କ ଭଳି ଦେଖାଯାଉଥିଲେ । ଏହି ଯୁବତୀମାନେ ବାଂଲାଦେଶର ଅଧିବାସୀ । ଘର ବାଂଲାଦେଶ କିନ୍ତୁ ଠିକଣା କୋଲକତା । ଜାଲ କାଗଜପତ୍ର କରି ସେମାନଙ୍କୁ ରାତାରାତି କୋଲକାତାର ମଡେଲ ବନାଇ ଦେଇଥିଲେ ଦଲାଲ । ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣି ସେକ୍ସ ରାକେଟରେ ଲଗାଇଥିଲେ ଦଲାଲ ।
ଦିନକୁ ୨ ହଜାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଦିନ ତମାମ ଗ୍ରାହକଙ୍କ ପାଖକୁ ପଠାଯାଉଥିଲା। ଲକ୍ଷ ଲକ୍ଷ ଟଙ୍କା ନେଇ ଦଲାଲ ମାଲାମାଲ ହେଉଥିବା ବେଳେ, ଯୁବତୀଙ୍କୁ ମାନସିକ ନିର୍ୟାତନା ସହ ଶାରୀରିକ ଶୋଷଣ କରାଯାଉଥିଲା। ରାଜଧାନୀର ଏକ ଆପାର୍ଟମେଣ୍ଟରେ ୨୩ ବାଂଲାଦେଶୀ ରହୁଥିବା ଚର୍ଚ୍ଚା ହେଉଛି। ଆଉ ଏଭଳି ଖବର ଉପରେ ନଜର ରଖାଯାଇ, ତଦନ୍ତ ଆରମ୍ଭ ହୋଇଥିବା ଡିସିପି କହିଛନ୍ତି।
ସେପଟେ କଟକରୁ ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ପରେ, ଦଲାଲଙ୍କୁ ଧରପଗଡ ଆରମ୍ଭ କରିଛି ପୋଲିସ । ନାବାଳିକାଙ୍କ ବୟାନ ରେକର୍ଡ ବେଳେ ୫ ଦଲାଲଙ୍କ ନାଁ ସାମନାକୁ ଆସିଛି । ମଧୁପାଟଣା ଥାନା ପୁଲିସ ଶ୍ରୀକୋରୁଆଁ ଅଞ୍ଚଳରୁ ଦୁଇ ଦଲାଲ ଦମ୍ପତିଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ, ଆଉ ଜଣେ ମାଷ୍ଟରମାଇଣ୍ଡର ଚେହେରା ପଦାକୁ ଆସିଛି । କୋଲକାତାର ଜଣେ ମାଷ୍ଟର ମାଇଣ୍ଡକୁ ଧରିବାକୁ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରିଛି । ଏହା ସହିତ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିସିପି କହିଛନ୍ତି ।
ବାଟ୍- ଜଗମୋହନ ମୀନା, କଟକ ଡିସିପି
ଏଠାରେ ପ୍ରଶ୍ନ ଉଠୁଛି
-ବାଂଲାଦେଶୀଙ୍କୁ କିଏ ଆଣିଥିଲା କଟକ ଆଉ ଭୁବନେଶ୍ୱର ?
-କାହା ସେବାରେ ଲାଗୁଥିଲେ ଏହି ଯୁବତୀ ?
-କାହା ଛତ୍ରଛାୟା ତଳେ ଚାଲିଥିଲା ପଲଙ୍କ ସେବା ?
-ଦଲାଲଙ୍କ ପଛର ଗଡଫାଦର କିଏ ?
Follow Us