କନକ ବ୍ୟୁରୋ: ବଡ ବଡ ଗାତରେ କେମିତି ପୋତା ଚାଲିଛି ହଜାର ହଜାର କୁକୁଡା ।  ଗାଁରୁ ଗାଁକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପାଇଁ ପ୍ରଶାସନର ଏଭଳି ତତ୍ପରତା । ୩ ଦିନରେ ୨୦ ହଜାର କୁକୁଡାଙ୍କୁ ମାରି ପୋତି ଦେଇଛି ରାପିଡ ରେସପନ୍ସ ଟିମ୍ । ପିପିଲି ସାଜିଛି ବାର୍ଡ ଫ୍ଲୁର ହଟସ୍ପଟ । ତେଣୁ ପିପିଲି ସହ ଡେଲାଙ୍ଗ, ସତ୍ୟବାଦୀରେ ବଡ ବଡ କୁକୁଡା ଫାର୍ମରୁ କୁକୁଡା ଖାଲି କରାଯାଉଛି । 

କେମିତି ବ୍ୟାପେ ବାର୍ଡ ଫ୍ଲୁ ?

  • ବାର୍ଡ ଫ୍ଲୁ ଭୂତାଣୁ ଜନିତ ରୋଗ, ଏହା କୁକୁଡ଼ା ଠାରୁ ମଣିଷକୁ ବ୍ୟାପିଥାଏ
  • ବାର୍ଡ ଫ୍ଲୁରେ ମରିଥିବା କୁକୁଡ଼ାକୁ ଖାଇଲେ ସଂକ୍ରମଣ ସମ୍ଭାବନା ବଢ଼ିଥାଏ 
  • ରୋଗାକ୍ରାନ୍ତ କୁକୁଡ଼ାର ପର, ଲାଳ, ମଳରୁ ଏହା ବ୍ୟାପିଥାଏ
  • ମରିଯାଉଥିବା କୁକୁଡାକୁ ଏଣେତେଣେ ପୋଫାଡିଲେ ବ୍ୟାପିଥାଏ ବାର୍ଡ ଫ୍ଲୁ 
  • କୁକୁଡା ସଂସ୍ପର୍ଶରେ ଆସିବା ପରେ କାଶ, ଛିଙ୍କ, ଜ୍ବର ଲାଗି ରହିଲେ ଡାକ୍ତରଙ୍କୁ ଦେଖାନ୍ତୁ
     
     
    ବାର୍ଡ ଫ୍ଲୁ ସଂକ୍ରମଣ ଭିତରେ ରାପିଡ ରେସପନ୍ସ ଟିମର କୁକୁଡା ନିପାତ ଅଭିଯାନକୁ ବିରୋଧ କରିଛନ୍ତି ପିପିଲିର ୨୦୦ କୁକୁଡା ଚାଷୀ । ମଙ୍ଗଳପୁର ଠାରେ ହାତରେ ବ୍ୟାନର ଧରି ପ୍ରତିବାଦକୁ ଜୋରଦାର କରିଛନ୍ତି କୁକୁଡାଚାଷୀ । 
     
    ବାର୍ଡ ଫ୍ଲୁ ଆତଙ୍କ ଭିତରେ ସବୁ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।