କନକ ବ୍ୟୁରୋ: ଷ୍ଟାଇଲ୍‌ ଓ ଲୁକ୍‌ ଦେଖିଲେ ଭୁଲି ପାରିବେନି । ଏହି ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ରେ ରହିଛି ସବୁ ଫିଚର । ଆମେ ଆଜି ଆପଣଙ୍କୁ ଜିଓର ନୂଆ ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ ବିଷୟରେ କହୁଛୁ । ପ୍ରଥମେ ଟେଲିକମ୍‌ ଏବଂ ଓଟିଟି କ୍ଷେତ୍ର ପରେ ଏବେ ଲୋକଙ୍କୁ ସୁଲଭ ମୂଲ୍ୟରେ ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ ଯୋଗାଇ ଦେବ ଜିଓ । ମିଡିଆ ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନିର ଏହି ନୂଆ ପ୍ରଡକ୍ଟର ଦାମ୍‌ ତୁଳନାରେ ଏଥିରେ ଅଧିକ ଫିଚର ରହିଛି । ଆଜି ଆମେ ସେହି ସବୁ ଫିଚର ବିଷୟରେ ଆପଣଙ୍କୁ କହିବୁଟ୍ ।

Advertisment

ବର୍ତ୍ତମାନ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକ ବ୍ୟାଟେରୀ ଚାଳିତ ଯାନ ବା ଇଲେକ୍ଟ୍ରିକ୍‌ ଭେଇକିଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାଛଡ଼ା ଏବେ ପେଟ୍ରୋଲ ଦର ଯେଭଳି ଯେଭଳି ହୁ ହୁ ହୋଇ ବଢ଼ୁଛି, ବ୍ୟାଟେରୀ ଚାଳିତ ଯାନା ଦ୍ୱାରା ଏହି ଖର୍ଚ୍ଚରୁ ନିସ୍ତାର ପାଇ ପାରିବେ ଲୋକେ । ଏହାକୁ ଦୃଷ୍ଟିରେ ରଖି ଜିଓ ଆଣିଲା ନୂଆ ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ । ୨୫୦ରୁ ୩୫୦ୱାଟ୍‌ ବ୍ୟାଟେରୀ ସହିତ ଆସୁଥିବା ଏହି ବାଇସାଇକେଲ୍‌କୁ  ଥରେ ଚାର୍ଜ କଲେ ଏକଥରକେ ୪୦୦ କିମି ଯାତ୍ରା କରି ପାରିବେ ବୋଲି ଜିଓ ପକ୍ଷରୁ ଦାବି କରାଯାଇଛି । 

ସବୁଠାରୁ ବଡ଼ କଥା ହେଉଛି ମିଡିଆ ରିପୋର୍ଟ ମୁତାବକ ଏହି ଇଲେକ୍ଟ୍ରିକ୍‌ ସାଇକେଲ୍‌ର ମୂଲ୍ୟ ମାତ୍ର ୨୯୯୯୯ ଟଙ୍କା ରହିଛି । ଏହାକୁ ଦେଖିବା ମାତ୍ରେ ସାଇକେଲ୍‌ର ଡିଜାଇନ୍‌ ହୃଦୟକୁ ଛୁଇଁଯିବ । ଏହାର ମଜଭୁତ ଓ ହାଲୁକା ଫ୍ରେମ୍‌, ଷ୍ଟାଇଲିସ୍‌ ଫିନିଶ୍ ଓ ଏରୋଡାଇନାମିକ୍‌ ସେପ୍‌ ଭିଡ଼ଠାରୁ ନିଆରା କରି ଦେଖାଏ । ଏହାର ଅନ୍ୟାନ ଲାଭ ବି ରହିଛି, ସାଇକେଲ୍‌କୁ ସହରର ଚିକଣିଆ ରୋଡ୍‌ରେ ଚଲାନ୍ତୁ କିମ୍ବା ଗାଁଗହଳିର କଚା ପାହାଡିଆ ରୋଡ୍‌ରେ ଚଲାନ୍ତୁଟ୍ଟ ସବୁ ରୋଡ୍‌ ପାଇଁ ଫିଟ୍‌ ଜିଓର ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ । ଜିଓ ବାଇସାଇକେଲ୍‌ରେ ଅନେକ ସ୍ମାର୍ଟ ଫିଚର ରହିଛି । ଇଲେକ୍ଟ୍ରିକ ପେଡ୍‌ଲିଂ ସିଷ୍ଡମ ଯୋଗୁଁ ସାଇକେଲ୍‌ ଚଲାଇବାକୁ ବେଶୀ ଜୋର୍‌ ଲଗାଇବାକୁ ପଡ଼ିବନି । ଡୁଆଲ ସସ୍ପେନ୍‌ସନ୍‌ ଓ ଆଡଭାନ୍ସ ବ୍ରେକିଂ ସିଷ୍ଟମ ଦ୍ୱାରା ସାଇକେଲ୍‌କୁ ନିୟନ୍ତ୍ରଣ କରିବା ସହଜ ହୋଇଯାଏ । ଏଥିରେ ଥିବା ଡିଜିଟାଲ ମିଟର ସ୍ପିଡ୍‌ ନିୟନ୍ତ୍ରଣ ଓ ବ୍ୟାଟେରୀ ଷ୍ଟାଟସ୍‌ ଚେକ୍‌ କରିହେବ । 

ତେବେ ମାର୍କେଟ୍‌କୁ ଏହି ବାଇସାଇକେଲ୍‌ କେବେ ଆସିବ ତାହାକୁ ନେଇ ଜିଓ ପକ୍ଷରୁ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ । ତେବେ ଏହାର ଫିଚରକୁ ନେଇ ରିପୋର୍ଟ ଆସିବା ଅନେକ ଲୋକ ଜିଓ ଇଲେକ୍ଟ୍ରି ବାଇସାଇକେଲ୍‌ କିଣିବାକୁ ଚାହୁଁଛନ୍ତି । ତେଣୁ ଏବେ କେବଳ ଏ ବାବଦରେ ମୁକେଶ ଅମ୍ବାନୀଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ଲୋକେ । ଆଶା  କରାଯାଉଛି ଖୁବଶୀଘ୍ର ଏହା ଜିଓମାର୍ଟ ବା ମାର୍କେଟ୍‌ରେ ଉପଲବ୍ଧ ହେବ ।