କନକ ବ୍ୟୁରୋ: ସାମନାକୁ ଆସିଲା ସୁନ୍ଦରୀ ହଂସିତାର ସାଙ୍ଘାତିକ ଷଡ଼ଯନ୍ତ୍ର । ଅପରାଧର ସବୁ ସୀମା ପାର ହୋଇଯାଇଥିଲେ ଏହି ଦଲାଲ ଦମ୍ପତି । ନବାବଙ୍କ ଭଳି ଥାଟବାଟ ସହ ସାଦା ସିଧା ଦେଖାଯାଉଥିବା ଏହି କର୍ପୋରେଟ ଦଲାଲଙ୍କ ଆଉ ଏକ କାରନାମା, ବୟାନ କରୁଛି ଏମାନେ କେତେ ଭୟଙ୍କର । ଟିକିଏ ନଜରପକାନ୍ତୁ ଇନଫୋସିଟି ପୁଲିସର ଏହି ଏଫଆଇଆର ଉପରେ ।  

Advertisment

୧୨୦-ବି ଆଇପିସି- ଅର୍ଥାତ ଅପରାଧିକ ଷଡ଼ଯନ୍ତ୍ର କରିବା । ଆଇଟି ଆକ୍ଟ ୨୦୦୦ର ଧାରା ୬୭- ଅର୍ଥାତ କୌଣସି ଯୁବତୀଙ୍କ ନଗ୍ନ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରଲ କରିବା କିମ୍ୱା ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ମାଧ୍ୟମରେ ଅନ୍ୟକୁ ଦେଖାଇବା । ଇମୋରାଲ ଟ୍ରାଫିକ୍‌ ପ୍ରିଭେନ୍ସନ୍‌ ଆକ୍ଟ ୧୯୫୬ର ଧାରା ୫- ଅର୍ଥାତ ଯୁବତୀ ଚାଲାଣ କରିବା । ଗତ ୧୬ ତାରିଖରେ ରୁଜୁ ହୋଇଥିବା ଏହି ମାମଲାର ଖୋଳତାଡ଼ କରୁଛି ସ୍ପେସାଲ କ୍ରାଇମ ୟୁନିଟ୍‌ । 

ସ୍ପେସାଲ କ୍ରାଇମ ୟୁନିଟ୍‌ ହାତରେ ସାଙ୍ଘାତିକ ତଥ୍ୟ
ରାଜ୍ୟ ବାହାରକୁ ଯୁବତୀ ପଠାଇଥିଲେ ଦଲାଲ ଦମ୍ପତି !

ତଦନ୍ତ ବେଳେ ଜଣା ପଡିଛି, ବାଙ୍ଗାଲୋର ଓ ଦିଲ୍ଲୀକୁ ଏକାଧିକ ଯୁବତୀଙ୍କୁ ପଠାଯାଇଥିଲା। କେବେ କାହା ପାଖକୁ, କେଉଁ ଉଦ୍ଦେଶ୍ୟରେ ଯୁବତୀଙ୍କୁ ଚାଲାଣ କରାଯାଇଥିଲା ତାର ପ୍ରମାଣ ଖୋଜା ଚାଲିଛି। ଏହି କର୍ପୋରେଟ ଦଲାଲମାନେ ଯୁବତୀଙ୍କୁ ବାହାର ରାଜ୍ୟକୁ ପଠାଇ, କଣ ସବୁ ଲାଭ ପାଇଛନ୍ତି ତାର ଖୋଳତାଡ ଚାଲିଛି। ପୁଲିସ ଯୁବତୀ ମାନଙ୍କୁ ପୀଡିତା ଭାବରେ ଗ୍ରହଣ କରି ସେମାନଙ୍କର ବୟାନ ରେକର୍ଡ କରିବାକୁ ଚାହୁଁଥିବା ଜଣାପଡିଛି। ତେବେ ଯୁବତୀମାନଙ୍କ ବୟାନ ପରେ, ବଡ ବଡ ଚେହେରା ସାମନାକୁ ଆସିବ ବୋଲି ଆନଜୀବୀ କହିଛନ୍ତି।
 
ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଏଭଳି କାରନାମା ସାରାଦେଶରେ ଚହଳ ପକାଇଛି । ଟଙ୍କା କମାଇବାର ନିଶା ଏହି ଦଲାଲ ଦମ୍ପତିଙ୍କୁ ଏମିତି ଘାରିଥିଲା ଯେ, ଯୁବତୀ ଚାଲାଣ ଭଳି ମାମଲା ରୁଜୁ କରିଛି ପୁଲିସ । ଏଠାରେ ପ୍ରଶ୍ନ ଉଠୁଛି... 

-    କେଉଁ ମାନଙ୍କୁ ଖୁସି କରିବାକୁ ଯୁବତୀ ପଠାଉଥିଲେ ଦଲାଲ ଦମ୍ପତି?
-    ଦିଲ୍ଲୀ, ବାଙ୍ଗାଲୋରରେ ଥିବା ଏହି ବ୍ୟକ୍ତିମାନେ କିଏ?
-    ଯୁବତୀ ଯୋଗାଇ କେଉଁ କାମ ଓ କେତେ ଟଙ୍କାର ଲାଭ ପାଇଛନ୍ତି ଏହି କର୍ପୋରେଟ ଦଲାଲ?