କନକ ବ୍ୟୁରୋ: ଚାଇନାର ନୂଆ ଚାଲ । ଡ୍ରାଗନ ଟାର୍ଗେଟରେ ଏବେ ଯୁବପୀଢ଼ି । ବିଭିନ୍ନ ଦେଶକୁ  ଡ୍ରଗ୍ସ ପଠାଯାଉଛି ଡ୍ରାଗନ । ଚାଇନା ର ବଡ ବଡ ସହର ବେଜିଂ,ସାଘାଂଇ,ଚେଙ୍ଗଦୁ ଓ ଉହାନରୁ ବିପୁଳମାତ୍ରାର ଡ୍ରଗ୍ସ ବିଭିନ୍ନ ଦେଶକୁ ପଠାଯାଉଥିବା ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ଫେଣ୍ଟାନିଲ୍ ବା ଚାଇନା ହ୍ବାଇଟ ଡ୍ରଗ୍ସ ପଠାଯାଉଛି । 

ନିଜକୁ ସବୁଠୁ ଶକ୍ତିଶାଳୀ ଓ ବିକଶିତ ଦେଶ କହୁଥିବା ଚୀନର ଅସଲ ଚେହେରା ସାମ୍ନାକୁ ଆସିଛି । ନିଶା ଜାଲ ବୁଣି ଯୁବପୀଢ଼ୀଙ୍କ ଭବିଷ୍ୟତକୁ ଅନ୍ଧାରରେ ପକାଉଛି ଚୀନ ।  ନିଜ ଦେଶରେ ନିଶା ପାଇଁ କଡା ନିୟମ କରିଥିବା ଚୀନ ଅନ୍ୟ ଦେଶକୁ ବାଂଟୁଛି ଏହି ମାରାତ୍ମକ ଜହର । ସୂଚନା ମୁତାବକ ଚୀନର ୧୦୦ଟି ଭେଣ୍ଡର  ଡ୍ରଗ୍ସ ପଠାଉଛି । ଏହି ଅପରେସନର କୋଡ ନାଁ ରହିଛି ଚାଇନା-ହ୍ବାଇଟ । ସାଘାଂଇରେ ୧୩ , ଉହାନରେ ୧୪ ଓ ସିଝାଜୁଆଂଙ୍ଗରେ ୪୭ ଟି ଭେଣ୍ଡର ଏହି ଚାଇନା ହ୍ବାଇଟକୁ ସାରା ବିଶ୍ବରେ ଅପରେଟ କରୁଛନ୍ତି ଓ ଏହାର ମାଧ୍ୟମ ସାଜିଛି ଅନଲାଇନ । ଏସବୁ ଡ୍ରଗ୍ସ ମଧ୍ୟରୁ ସବୁଠାରୁ ଅଧିକ ବିକ୍ରି ହେଉଛି ଫେଣ୍ଟାନିଲ୍ । ଏହି ନିଶା ଏତେ ଭୟଙ୍କର ଯେ ,ମାତ୍ର ୨ମିଲିଗ୍ରାମ ସେବନରେ ବ୍ୟକ୍ତିର ଜୀବନ ମଧ୍ୟ ଯାଇପାରେ । 
 
ଆମେରିକାର ଡିରେକ୍ଟର ଅଫ ଏନଫୋର୍ସମେଣ୍ଟ ଏଜେଂସି( ଡିଇଏ)ର ଅଭିଯୋଗ ଅନୁସାରେ ମେକ୍ସିକୋ ରୁ ଆସୁଥିବା ୯୦ ପ୍ରତିଶତ ମେଥାଫେଟାମାଇନ ରେ ୮୦ ପ୍ରତିଶତ ପ୍ରେକସର-କେମିକାଲ ମିଶେ ଯାହା ଚାଇନା ରୁ ହିଁ ଆସିଥାଏ । ଏହାଏକ ସିନଥେଟିକ ଡ୍ରଗ୍ସ ଯାହାକି  ପବ୍ ଓ ରେଭ୍ ପାର୍ଟିରେ ଅଧିକ ବ୍ୟବହାର କରାଯାଏ । ନଜର ପକାଇବା କଣ ଏହି ଚାଇନା ହ୍ବାଇଟ ଓ ଏହା କେତେ ମାରାତ୍ମକ ।
-ଫେଣ୍ଟାନିଲ୍ ହେଉଛି ଏକ ଅତ୍ୟନ୍ତ ଶକ୍ତିଶାଳୀ ଡ୍ରଗ୍ସ 
-ଚାଇନାରୁ ଏହି ଡ୍ରଗ୍ସ ମିଆଁମାର, ଥାଇଲ୍ୟାଣ୍ଡ, ଆମେରିକା , ଇଟାଲୀ,ମାଲଦ୍ବୀପ, ଅଷ୍ଟ୍ରେଲିଆ ଓ ୟୁରୋପୀୟ ଦେଶଗୁଡିକୁ ପଠାଯାଉଛି
-ଏହା ହେରୋଇନଠାରୁ ପ୍ରାୟ ୫୦ ଗୁଣ ଅଧିକ ଏବଂ ମୋର୍ଫାଇନ୍ ଅପେକ୍ଷା ଶହେ ଗୁଣ ଅଧିକ ଶକ୍ତିଶାଳୀ 
-ମାତ୍ର ୨ମିଲିଗ୍ରାମ ସେବନରେ ବ୍ୟକ୍ତିର ଜୀବନ ମଧ୍ୟ ଯାଇପାରେ 
-ଆମେରିକାରେ ଯନ୍ତ୍ରଣା ପାଇଁ ଫେଣ୍ଟାନିଲ୍ ଏକ ଔଷଧ ଭାବେ ବ୍ୟବହାର କରାଯାଏ
-ଫେଣ୍ଟାନିଲ୍ ପ୍ରାଣୀମାନଙ୍କୁ ଟ୍ରାନ୍କ୍ୱିଲାଇଜ କରିବାକୁ ବ୍ୟବହୃତ କରାଯାଏ
-ଏହା ମୋର୍ଫାଇନ୍ ଔଷଧଠୁ ୧୦ହଜାର ଗୁଣ ଅଧିକ ଶକ୍ତିଶାଳୀ 
-ଫେଣ୍ଟାନିଲ୍ ସାଧାରଣତଃ ଇଞ୍ଜେକ୍ସନରେ ନିଆଯାଏ 
-ବେଆଇନ ଭାବେ ନିର୍ମିତ ଫେଣ୍ଟାନିଲ୍ କାରଣରୁ ଆମେରିକାରେ ନିଶାସେବନ ମୃତ୍ୟୁ ବୃଦ୍ଧି ପାଉଛି
-୨୦୨୦-୨୨ରେ ୫୮ ହଜାରରୁ ଅଧିକ ମୃତ୍ୟୁ କେବଳ ଫେଣ୍ଟାନିଲ୍ ସେବନରେ ହୋଇଛି 

ମିଆଁମାର ସ୍ୟାନ ଓ କଚିନ ରୁ ଏହି ଡ୍ରଗ୍ସ ଦକ୍ଷିଣ ପୂର୍ବ ଏସିଆ ଦେଶକୁ ପଂହଚି ସମୁଦ୍ର ରାସ୍ତାରେ ଏହା ବିଭିନ୍ନ ଦେଶକୁ ଯାଇଥାଏ । ଏହାବ୍ୟତିତ ଚୀନ ଲାଓସ ର ବର୍ଡର ନିକଟରେ ଏହି ଜାଲ ବିଛାଇଛି ଯାହାର ନାମ ଲିଟିଲ ଚାଇନା ମଧ୍ୟ ଦେଇଛି ।