କନକ ବ୍ୟୁରୋ: ମାୟାନଗରୀ ପରେ ମାରିଜୁଆନା ମାୟାରେ ଭୁବନେଶ୍ୱର। କିଲୋକୁ କୋଟିଏ ଟଙ୍କା ଦେଇ ନିଶା ଖାଉଛନ୍ତି ହେଭି୍ୱେଟ ଓ ଗୋଟିଏ ଥର ନିଶା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଏହି ବଡ଼ ବଡୁଆମାନେ କିଏ, ସେନେଇ ଖୋଳତାଡ଼ ଆରମ୍ଭ କରୁଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ଓ ସେପଟେ ୧୪ ଦିନ ଭିତରେ ୨୧ କୋଟି ଟଙ୍କାର ହାଇଡ୍ରୋଫୋନିକ ଉଇଡ ବା ମାରିଜୁଆନା ଜବତ ହେଲାଣି ଓ ୨ ଜଣ ପଶ୍ଚିମବଙ୍ଗ ମହିଳା, କେରଳି ଯୁବକଙ୍କୁ ନେଇ ତନାଘନା ଆରମ୍ଭ ହୋଇଛି ଓ ତେବେ ଏହି ତଦନ୍ତ ନେଇ ବଡ଼ ବଡୁଆଙ୍କ ନିଦ ହଜି ଯାଇଛି କଷ୍ଟମ ବିଭାଗ ଓ ଦେଖନ୍ତୁ ଏହି ରିପୋର୍ଟ ଓ
ହାଇଡ୍ରୋପୋନିକ ଉଇଡ ବା ମାରିଜୁଆନା ଓ ଦେଖିବାକୁ ଗଞ୍ଜେଇ ଭଳି ଓ କିନ୍ତୁ ଗଞ୍ଜେଇ କିଲୋ ପିଛା ୧୦ ହଜାର ଟଙ୍କା ହୋଇଥିବା ବେଳେ, ଏହାର ଦାମ କୋଟିଏ ଟଙ୍କାରୁ ବି ଅଧିକ ଓ କିଛି ଲୋକ ତ ଏହି ମାରିଯୁଆନା ବାବଦରେ ଜାଣି ବି ନଥିବେ ଓ ଜାଣିବେ ବା କେମିତି? ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଏବେବି ଲୋକମାନେ ଦୁଇ ଓଳି ଖାଇବାକୁ ପାଆନ୍ତି ନାହିଁ, ସେହି ରାଜ୍ୟରେ କୋଟିଏ ଟଙ୍କାର ଏହି ନିଶା କାରବାରକୁ ନେଇ ପ୍ରଶ୍ନ ଉଠିବ ସ୍ୱାଭାବିକ ଓ ଗତ ୧୪ ଦିନ ଭିତରେ ୨୧ କୋଟି ଟଙ୍କାର ମାରିଜୁଆନା ଜବତ ହେବା ପରେ, କିଏ ଏହାର ଗ୍ରାହକ ସେନେଇ ପ୍ରଶ୍ନ ଉଠିଛି ଓ କେଉଁମାନେ ସେହି ଗ୍ରାହକ? ଯିଏ ମହିଳାଙ୍କୁ ଢାଲ କରି ବ୍ୟାଙ୍କକକରୁ ଏତେ ପରିମାଣର ନିଶାଦ୍ରବ୍ୟ ଭୁବନେଶ୍ୱରକୁ ଚାଲାଣ କରୁଛନ୍ତି? ଭୁବନେଶ୍ୱର ଏୟାରପୋର୍ଟରୁ କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ଏନେଇ ୨ ପଶ୍ଚିମବଙ୍ଗ ମହିଳା ଓ କେରଳି ଯୁବକଙ୍କୁ ନେଇ ଝାଳବୁହା ଜେରା କରୁଛି ଏହି ସ୍ୱତନ୍ତ୍ର ଟିମ ଓ ତେବେ ଏହି ଦାମୀ ଗରାଖଙ୍କ ପୋଲ ଖୋଲିବାକୁ ତନାଘନା ଆରମ୍ଭ ହୋଇଛି ଓ
ଅନ୍ତର୍ଜାତୀୟ ବଜାରରୁ ଏବେ ଭାରତକୁ ମାରିଜୁଆନା ସପ୍ଲାଇ ପାଇଁ ଭୁବନେଶ୍ବର ବୀମାନବନ୍ଦର ଗେଟ ୱେ ପାଲଟିଥିବା ବେଳେ କଷ୍ଟମ ବିଭାଗ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଛି । ସେପଟେ ଜର୍ମାନୀରୁ ଭାରତ ଭାୟା ମାଲେସିଆ ଦେଇ ଚାଲାଣ ନେଇ ସୁରାକ ପାଇଛି କଷ୍ଟମ । କେଜିଏ କାରବାର କଲେ ୧୦ ଲକ୍ଷ ଟଙ୍କାର କମିଶନ ମିଳୁଛି । ନିଶା ସିଣ୍ଡିକେଟରେ ମହିଳା ଓ ସୁନ୍ଦରୀ ଯୁବତୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ ପାଇଛି । ସେପଟେ ଏ ନେଇ ଆନ୍ତର୍ଜାତୀୟ ଗ୍ୟାଙ୍ଗ କାମ କରୁଥିବା ନେଇ ଖବର ପାଇଛି କଷ୍ଟମ । ସେପଟେ କ୍ବାଲାଲମପୁରରୁ ନିଶା ଚାଲାଣ ଘଟଣାରେ ଗିରଫ ଦୁଇ ମହିଳାଙ୍କର ଆସନ୍ତାକାଲି ହେବ ଜାମିନ ଶୁଣାଣି । ସେପଟେ ଦୁଇ ମହିଳାଙ୍କ ସ୍ୱାମୀ ଅବଦୁଲ ହଲିମ ଓ ମହମ୍ମଦ ରାମଜାନ ଙ୍କୁ ଖୁବଶୀଘ୍ର ଜେରା ନେଇ ସୂଚନା ଦେଇଛି କଷ୍ଟମ । ସେମାନଙ୍କୁ ଜେରା ପରେ ଆନ୍ତର୍ଜାତୀୟ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ପାଖେ ପହଂଚିବା ସହଜ ହେବ ବୋଲି ସୂଚନା ଦେଇଛି ଡିଆରଆଇ । ସବୁଠୁ ବଡ଼କଥା ହେଉଛି ଏୟାରପୋର୍ଟର ସୁରକ୍ଷା ବଳୟକୁ ଭେଦ କରି ଭୁବନେଶ୍ୱରକୁ କେମିତି ଆସୁଛି ମାରିଜୁଆନା ?