କନକ ବ୍ୟୁରୋ: ତିରୁପତିରେ ଅପମିଶ୍ରିତ ଭୋଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନି । ଏହି ସମୟରେ କେନ୍ଦ୍ରାପଡ଼ାରୁ ଆସିଛି ଆଉ ଏକ ସାଙ୍ଘାତିକ ଘଟଣା । ଅପମିଶ୍ରିତ ଘିଅରେ ହେଉଛି ପ୍ରଭୁ ବଳଦେବଜିଉଙ୍କ ଭୋଗ । ଠାକୁରଙ୍କ ରୋଷ ଘର ଗୋଦାମରେ ଅଛି ଡବା ଡବା ଘିଅ। ଯେଉଁଥିରେ ନାଁ ଅଛି ପ୍ରସ୍ତୁତିର ତାରିଖ ନା ବ୍ୟାଚ୍ ନମ୍ବର । ଘିଅରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଆଉ ଏଭଳି ଅମମିଶ୍ରିତ ଘିଅରେ ପ୍ରସ୍ତୁତ କରାଯାଉଛି ପ୍ରସାଦ । ଭକ୍ତଙ୍କୁ ମଧ୍ୟ ଏହି ପ୍ରସାଦ ଦିଆଯାଉଛି । ଘଟଣା ଜଣାପଡ଼ିବା ପରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅସନ୍ତୋଷ ବଢ଼ିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କଟକ ମିଲ୍କ୍ ୟୁନିୟନର ମାର୍କେଟିଂ ଇନଚାର୍ଜ ଘଟଣାସ୍ଥଳରେ ପହଞ୍ଚ ଘିଅ ଯାଞ୍ଚ କରିଛନ୍ତି । ଘିଅରେ ସାମାନ୍ୟ ଆର୍ଦ୍ରତା ଥିବାରୁ ଗନ୍ଧ ବାହାରୁଥିବା ସେ ମାନିଛନ୍ତି । ଗୋଟିଏ ବ୍ୟାଚ୍ ଘିଅ ଖରାପ ଥିବା ବେଳେ ଏହାକୁ ଫେରସ୍ତ ନିଆଯାଇ ନୂତନ ଘିଅ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଟକ ମିଲ୍କ୍ ୟୁନିୟନର ମାର୍କେଟିଂ ଇନଚାର୍ଜ ।
ଠାକୁରଙ୍କୁ ଦିଆଯାଉଥିଲା ଖରାପ ଘିଅ । ଶାରଳା ମନ୍ଦିରରେ ଫୁଡ଼ସେପ୍ଟି କମିଶନରଙ୍କ ତଦନ୍ତ
ଖରାପ ଘିଅ ଅଭିଯୋଗ ପରେ ଜଗତସିଂହପୁର ଶାରଳା ମନ୍ଦିରରେ ଫୁଡ଼ସେପ୍ଟି କମିଶନରଙ୍କ ତଦନ୍ତ । ଏପଟେ ବଳଦେବଜିଉ ମନ୍ଦିରରେ ଘିଅ ଯାଞ୍ଚ ପରେ ଗନ୍ଧ ବାହାରୁଥିବା ସୂଚନା ଦେଲେ କଟକ ମିଲ୍କ ୟୁନିୟନର ମାର୍କେଟିଂ ଇନଚାର୍ଜ ।