ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ, ୭ ଦିନ ଭିତରେ ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ

ଦୀଘା ମନ୍ଦିରକୁ ଦାରୁ ଯିବା ନେଇ ବାବାଦୀୟ ବୟାନ ପ୍ରସଙ୍ଗ । କୈଫିୟତ ମାଗିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଜବାବ ଦିଅ ରାମକୃଷ୍ଣ ଦାସମହାପାତ୍ର

ଜବାବ ଦିଅ ରାମକୃଷ୍ଣ ଦାସମହାପାତ୍ର Photograph: (Kanak News)

କନକ ବ୍ୟୁରୋ: ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ । ଦୀଘା ମନ୍ଦିରକୁ ଦାରୁ ଯିବା ନେଇ ବାବାଦୀୟ ବୟାନ ପ୍ରସଙ୍ଗ । କୈଫିୟତ ମାଗିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୭ ଦିନ ଭିତରେ  ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ । 
 
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା କରାଯାଇଥିଲା । ପାଖାପାଖି ଦେଢ ଘଣ୍ଟା ଧରି ପଚରାଉଚରା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ପକ୍ଷ ରଖିବା ପାଇଁ ହାଜର ହୋଇଥିଲେ ସେବାୟତ ନିଯୋଗର ସଭାପତି । ପକ୍ଷ ରଖିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା  ଦେଇନଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe