ବାରମ୍ବାର ପରୀକ୍ଷା ବିଭ୍ରାଟକୁ ନେଇ ଆଶାୟୀ ହତାଶ । ଓଏସଏସସି ପରୀକ୍ଷା ବାତିଲକୁ ନେଇ ଝାଡିଲେ ଅସନ୍ତୋଷ

 ବାରମ୍ବାର ପରୀକ୍ଷାରେ ବିଭ୍ରାଟ ଓ ଦୁର୍ନୀତି ଖବର ସାମ୍ନାକୁ ଆସିଲେ ମଧ୍ୟ ସରକାରୀସ୍ତରରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହେଉ କିମ୍ବା ଟଙ୍କା ନେଇ ଚାକିରି ଦେବା ଭଳି ପ୍ରସଙ୍ଗ ସାମ୍ନାକୁ ଆସୁଛି । ତେଣୁ ଯେଉଁମାନେ ପରୀକ୍ଷା ଦାୟିତ୍ୱରେ ଅଛନ୍ତି, ସେମାନେ ଅତ୍ୟନ୍ତ ଗୁରୁତ୍ତର ସହିତ କାର୍ଯ୍ୟ ତୁଲେଇବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ। 

fsdfsaddfffffg

କନକ ବ୍ୟୁରୋ : ଓସିଏସସି  ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। କାହିଁକି ଭୁଲ ପ୍ରଶ୍ନ ପତ୍ର ଆସିଲା, ସେଥିପାଇଁ ଦାୟୀ କିଏ? 
ଖାମଖିଆଲି ଭାବେ ପରୀକ୍ଷା କରୁଛନ୍ତି କି ଦାୟିତ୍ୱରେ ଥିବା ଅଧିକାରୀ? ସରକାରୀ ଚାକିରି ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଛନ୍ତି ଆଶାୟୀ । କମିସନ ପରୀକ୍ଷା ତାରିଖ ଘୋଷଣା କରିବା ପରେ, ଆଶାୟୀମାନେ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଥାନ୍ତି । ହେଲେ ପରୀକ୍ଷାରେ ବାରମ୍ବାର ଏଭଳି ବିଭ୍ରାଟ ପରୀକ୍ଷାର୍ଥୀଙ୍କୁ ହତାସ କରୁଛି । ଏଭଳି ଘଟଣା ଆଶାୟୀଙ୍କ ମନୋବଳକୁ ଆହୁରି ଦୁର୍ବଳ କରିପକାଉଛି। 

 ବାରମ୍ବାର ପରୀକ୍ଷାରେ ବିଭ୍ରାଟ ଓ ଦୁର୍ନୀତି ଖବର ସାମ୍ନାକୁ ଆସିଲେ ମଧ୍ୟ ସରକାରୀସ୍ତରରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହେଉ କିମ୍ବା ଟଙ୍କା ନେଇ ଚାକିରି ଦେବା ଭଳି ପ୍ରସଙ୍ଗ ସାମ୍ନାକୁ ଆସୁଛି । ତେଣୁ ଯେଉଁମାନେ ପରୀକ୍ଷା ଦାୟିତ୍ୱରେ ଅଛନ୍ତି, ସେମାନେ ଅତ୍ୟନ୍ତ ଗୁରୁତ୍ତର ସହିତ କାର୍ଯ୍ୟ ତୁଲେଇବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ। 

ପରୀକ୍ଷା ବାତିଲ କରିବା ଆଦୌ ସମସ୍ୟାର ସମାଧାନ ନୁହେଁ ବୋଲି ମତ ପ୍ରକାଶ ପାଇଛି। କାହିଁକି ଏଭଳି ସ୍ଥିତି ଉପୁଜୁଛି ସେନେଇ ତର୍ଜମା କରି ସୁଧାରିବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ପ୍ରାଶାସନିକ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe