କନକବ୍ୟୁରୋ: ଆସାମର ଦିବୋଲଙ୍ଗ ଷ୍ଟେସନ ନିକଟରେ ଅଗରତାଲା-ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନ୍ଚ୍ୟୁତ ପରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ। ଗତକାଲିଠାରୁ ପୁନରୁଦ୍ଧାର କାମ ଚାଲିଛି। ଗତକାଲି ଟ୍ରେନ୍ର ୮ଟି ବଗି ରେଳ ଧାରଣାରୁ ହଟିଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ କୁହାଯାଇଛି । ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦରପୁର ପାହାଡ଼ ସେକ୍ସନରେ ଦୁର୍ଘଟଣା ଘଟିଛି ।
ଉତ୍ତର ପୂର୍ବ ସୀମାନ୍ତ ରେଳ ଜୋନର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି, ଆସାମର ଡିବ୍ରୁଗଡ଼ ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା ।
ଟ୍ରେନର ପାୱାର କାର୍ ଓ ଇଞ୍ଜିନ୍ ସହ ୮ଟି ବଗି ରେଳ ଧାରଣାରୁ ବାହାରକୁ ପଳାଇଯାଇଥିଲା । ଖବର ପାଇବା ମାତ୍ରେ ରେଳବାଇର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡିଭିଜନର ବରିଷ୍ଠ ଅଧିକାରୀଙ୍କ ସହ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଓ ଦୁର୍ଘଟଣା ରିଲିଫ୍ ମେଡିକାଲ ଟ୍ରେନ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/18/qSbhJHVyz2wUCaeyNcSW.jpg)