କନକ ବ୍ୟୁରୋ: ମେଘନାଦ ପାଚେରୀ ଫାଟ ପ୍ରସଙ୍ଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ । ପ୍ରାରମ୍ଭିକ ପର୍ୟ୍ୟାୟରେ ପାଣି ଝରିବା ବନ୍ଦ କରିବା ଓ ଶିଉଳି ଛଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଶ୍ରୀମନ୍ଦିର ପରିସରରେ ଥିବା ଡ୍ରେନେଜର ଶ୍ରୀମନ୍ଦିର ନିର୍ମାଣ ବିଭାଗ ପକ୍ଷରୁ ପ୍ରାରମ୍ଭିକ ପୂର୍ଣ୍ଣାଙ୍ଗ ମରାମତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ଆକାରରେ ଡ୍ରେନ କାମ କରିବାକୁ ଟେଣ୍ଡର କରାଯାଇଛି । ସ୍ଥାୟୀ ସମାଧାନ ପାଇଁ ପୂର୍ଣ୍ଣାଙ୍ଗ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏଏସଆଇ କରିବ ଏବଂ ଡ୍ରେନେଜ୍ କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ତରଫରୁ କରାଯିବ । କାର୍ତ୍ତିକ ମାସ ଶେଷ ପରେ ଏଏସଆଇ ଆନୁସଙ୍ଗିକ ପାଚେରୀ ମରାମତି କାମ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।