ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଜୁବୀନ ଗର୍ଗ : ଗୌହାଟି ନିକଟସ୍ଥ କାମାରକୁଚି ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଜୁବୀନ ଗର୍ଗ  ।  ଆସାମର ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ଶେଷକୃତ୍ୟ ଗୌହାଟି ନିକଟସ୍ଥ କାମାରକୁଚି ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଛି

40

Photograph: (kanaknews)

କନକବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଜୁବୀନ ଗର୍ଗ  ।  ଆସାମର ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ଶେଷକୃତ୍ୟ ଗୌହାଟି ନିକଟସ୍ଥ କାମାରକୁଚି ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଛି ।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ରାଜ୍ୟର ଅନେକ ମନ୍ତ୍ରୀ ଓ ବିଭିନ୍ନ ଦଳର ନେତା ଏବଂ କଳାକାର ଶେଷ ଦର୍ଶନ କରିଥିଲେ ।  

ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା  ।  ଲକ୍ଷାଧିକ ପ୍ରଶଂସକ ଶେଷ ଦର୍ଶନ ପାଇଁ ସାରୁସାଜାଇରେ ଏକତ୍ରିତ ହୋଇଥିଲେ । ରାଜ୍ୟ ପୁଲିସ ତରଫରୁ ଜୁବୀନଙ୍କୁ ସ୍ବତନ୍ତ୍ର ସମ୍ମାନ ସହ ସତ୍କାର କରାଯାଇଥିଲା ।  ଗତ ସପ୍ତାହରେ  ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁର୍ଘଟଣାରେ ଜୁବୀନଙ୍କ ମୃତ୍ୟୁ ଘଟିଥିଲା । ସେଠାରୁ ତାଙ୍କ ମରଶରୀର ଆସିବା ପରେ ଦ୍ୱିତୀୟ ଥର ପାଇଁ ଆସାମରେ ଗୌହାଟି ମେଡିକାଲ କଲେଜରେ ବ୍ୟବଚ୍ଛେଦ ସମ୍ପନ୍ନ ହୋଇଛି । ଏହାପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜୁବୀନଙ୍କ ସ୍ମୃତିରେ ଆଜି ଆସାମରେ ସ୍କୁଲ, କଲେଜ ଓ ଅଫିସ ବନ୍ଦ ଘୋଷଣା କରାଯାଇଛି  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe