'ଆଉଥରେ ଗଢ଼ା ହେଉ କୋଣାର୍କ ମନ୍ଦିର': ପୁଣି ବିଶ୍ବ ଦେଖୁ ଓଡ଼ିଆ କାରିଗରୀ

ଆଉ ଥରେ ଗଢ଼ା ହେଉ କୋଣାର୍କ ମନ୍ଦିର । ପୁଣି ବିଶ୍ବ ଦେଖୁ ଓଡ଼ିଆ କାରିଗରୀ । ରଘୁନାଥ ମହାପାତ୍ରଙ୍କ ପରେ ଦ୍ବିତୀୟ କୋଣାର୍କ ପ୍ରସଙ୍ଗ ଉଠାଇଲେ ପଦ୍ମଶ୍ରୀ ଅଦୈତ ପ୍ରସାଦ ଗଡନାୟକ । କହିଲେ, ଦାୟିତ୍ବ ମିଳିଲେ ନିଶ୍ଚୟ ଗଢ଼ିବେ ଦେଉଳ ।

7PM6-Konark

କନକ ବ୍ୟୁରୋ: ପୁଣିଥରେ ଦ୍ବିତୀୟ କୋଣାର୍କକୁ ନେଇ ଚର୍ଚ୍ଚା ଉଠିଛି । ପଦ୍ମଶ୍ରୀ ଅଦ୍ବୈତ ଗଡ଼ନାୟକଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ସରକାର ଚାହିଁଲେ ଏହା ସମ୍ଭବ ବୋଲି ସେ କହିଥିବା ବେଳେ, ଏନେଇ ସେ ଆଗ୍ରହୀ ଥିବା କହିଥିବା କହିଛନ୍ତି ।   

 
ଦ୍ବିତୀୟ କୋଣାର୍କର ସ୍ବପ୍ନ ଦେଖିଥିଲେ ଶିଳ୍ପୀଗୁରୁ ତଥା ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ର । ଏନେଇ ସେ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପରଲୋକ ପରେ ସେ ଚର୍ଚ୍ଚା ଥମିଥିଲା । ଏବେ ଏହି ଚର୍ଚ୍ଚାକୁ ପୁଣିଥରେ ତେଜିଛନ୍ତି ବିଶିଷ୍ଟ ବିଶିଷ୍ଟ ସ୍ଥପତି । କନକ ନ୍ୟୁଜ୍‌କୁ ଏକ୍ସକ୍ଲ୍ୟୁସିଭ୍‌ ସାକ୍ଷାତକାର ଦେଇ ପଦ୍ମଶ୍ରୀ ଅଦ୍ବୈତ ଗଡ଼ନାୟକ ଆଙ୍କିଛନ୍ତି ଦ୍ବିତୀୟ କୋଣାର୍କ ସମ୍ଭାବନାର ନକ୍ସା । ଏକବିଂଶ ଶତାବ୍ଦୀରେ ଓଡ଼ିଆ କାରିଗରୀ କୌଶଳକୁ ପୁଣିଥରେ ବିଶ୍ବକୁ ଦେଖାଇବାର ସମୟ ଆସିଛି । ଆଉ ଏ ଦାୟିତ୍ବ ତାଙ୍କୁ ମିଳିଲେ ସେ ନିଶ୍ଚୟ ପାରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । 
 
ସ୍ଥାପତ୍ୟ କଳା ସହ ହାତ ମିଶାଇବ ବିଜ୍ଞାନ
ଅଦ୍ୱୈତଙ୍କ ଆହ୍ୱାନ ପରେ ବଢ଼ିଲା ଚର୍ଚ୍ଚା

୧୩ଶହ ଶତାବ୍ଦୀ ପରେ ଆଉ ବଢ଼ି ପାରିନି ଓଡ଼ିଶାର କାରିଗରୀ । ଓଡ଼ିଆ ଶିଳ୍ପୀ ବିଦେଶରେ ଦେଉଳ ତୋଳୁଛି । କିନ୍ତୁ ନିଜ ରାଜ୍ୟରେ ଆଗଉନି ସ୍ଥାପତ୍ୟ କଳା । ସରକାରୀ ପ୍ରୋତ୍ସାହନ ମିଳିଲେ ଦ୍ବିତୀୟ କୋଣାର୍କ ସମ୍ଭବ ବୋଲି କହିଛନ୍ତି ଅଦ୍ବୈତ । ଏଥିରେ ଯୁବ କଳାକାରଙ୍କୁ ସାମିଲ୍‌ କରାଯିବା ସହ ଭବିଷ୍ୟତ ପିଢ଼ିଙ୍କ ଲାଗି ଆଉଏକ କଳାକୃତି ନିର୍ମାଣ ଆବଶ୍ୟକ ଥିବା ସେ ଅନୁଭବ କରିଛନ୍ତି । ଏନେଇ ସେ ପୂର୍ବରୁ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ଏବେ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । 

କଣ୍ଟ୍ରାକ୍ଟରଙ୍କ ବଦଳରେ କାମ କରିବେ କାରିଗର । ମାନସିକତା ବଦଳିଲେ ବଦଳି ପାରିବ ଇତିହାସ । ଭବିଷ୍ୟତ ଗବେଷଣା ଲାଗି ଏହାର ପରିକଳ୍ପନା ଜରୁରୀ । ଗୋଟିଏ ପଟେ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଉଦ୍ୟମ ନୂଆ ରୂପ ନେବ କି ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ କୋଣାର୍କ ସୂର୍ଯ୍ୟ ମନ୍ଦିର ଇତିହାସ ହେବା ଆଗରୁ ଆଉ ଥରେ ଇତିହାସ ଲେଖିବାକୁ ଆହ୍ବାନ ଦେଇଛନ୍ତି ପଦ୍ମଶ୍ରୀ ଅଦ୍ବୈତ ଗଡ଼ନାୟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe