ପଞ୍ଜାବୀ ସିନେମାର ହାସ୍ୟ ସମ୍ରାଟ ପରଲୋକ, ହସାଉଥିବା ଲୋକଟି କନ୍ଦାଇ ଦେଇ ଚାଲିଗଲା

Advertisment

ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମସ୍ତିଷ୍କାଘାତ (ବ୍ରେନ୍ ଷ୍ଟ୍ରୋକ୍) କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମସ୍ତିଷ୍କାଘାତ (ବ୍ରେନ୍ ଷ୍ଟ୍ରୋକ୍) କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Bhalla--

କନକ ବ୍ୟୁରୋ: ପଞ୍ଜାବୀ ଫିଲ୍ମ ଜଗତର ପ୍ରଖ୍ୟାତ ହାସ୍ୟ ଅଭିନେତା ଜସୱିନ୍ଦର ଭଲ୍ଲାଙ୍କର ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଜି(ଶୁକ୍ରବାର) ସକାଳେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଖବର ପରେ ସମଗ୍ର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ସଂସ୍କାର ଶନିବାର, ଅଗଷ୍ଟ ୨୩ ତାରିଖରେ ମୋହାଲିରେ କରାଯିବ ।

ଅସୁସ୍ଥ ଥିଲେ ଅଭିନେତା

ମିଡିଆ ରିପୋର୍ଟ ଅନୁଯାୟୀ, ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମସ୍ତିଷ୍କାଘାତ (ବ୍ରେନ୍ ଷ୍ଟ୍ରୋକ୍) କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।  ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ପରିବାର ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।

ବିଜେପି ନେତା ମନଜିନ୍ଦର ସିଂ ସିରସା ଅଭିନେତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, "ଆଜି ପଞ୍ଜାବୀ ହସର ମଞ୍ଚ ଶୂନ୍ୟ ଓ ନିରବ ହୋଇଯାଇଛି । ଜସୱିନ୍ଦର ଭଲ୍ଲା ପଞ୍ଜାବୀ ହସଖୁସି ଓ ଜୀବନ୍ତତାର ପ୍ରତୀକ ଥିଲେ । ନିଜର ଅଦ୍ୱିତୀୟ ପ୍ରତିଭା ବଳରେ ସେ ସାଧାରଣ କଥାକୁ ହସରେ ପରିଣତ କରି ପିଢ଼ି ପରେ ପିଢ଼ିକୁ ହସାଇଥିଲେ । ୱାହେଗୁରୁ ତାଙ୍କ ପବିତ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ ।"

ଜସୱିନ୍ଦର ଭଲ୍ଲା ୧୯୮୮ ମସିହାରେ 'ଛନକଟା ୮୮' ସିରିଜ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ 'କ୍ୟାରି ଅନ୍ ଜଟ୍ଟା' ସିରିଜ୍, 'ମିଷ୍ଟର ଆଣ୍ଡ ମିସେସ୍', 'ଜଟ୍ଟ ଆଣ୍ଡ ଜୁଲିଏଟ୍', 'ବ୍ୟାଣ୍ଡ ବାଜେ' ଏବଂ 'ଗଡ୍ଡି ଚଲତୀ ହୈ ଛଲାଙ୍ଗା ମାର କେ' ଭଳି ଅନେକ ଫିଲ୍ମରେ ଅଭିନୟ କରି ପଞ୍ଜାବୀ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । 'କ୍ୟାରି ଅନ୍ ଜଟ୍ଟା'ରେ ଓକିଲ ଢିଲ୍ଲୋଙ୍କ ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe