କନକବ୍ୟୁରୋ : ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ ଆଉ ନାହାନ୍ତି । ଆଜି ସକାଳେ ସମ୍ବଲପୁର ସେନ୍ ପାର୍କ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।
ବଲାଙ୍ଗୀର ଟିକ୍ରାପଡ଼ାରେ ଜନ୍ମିତ ବିନୋଦ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍ରେ କାମ କରିବା ଆରମ୍ଭ କରିଥିଲେ । ସେହି ସମୟରେ କିନ୍ତୁ ବଲାଂଗୀର ପ୍ରସିଦ୍ଧ ରାମଜୀ ନାଟକ ପାର୍ଟିରେ ଶିଶୁ କଳାକାର ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯ ବର୍ଷ ବୟସରେ ଜୀବକା ଅନ୍ବେଷଣରେ ସମ୍ବଲପୁର ଚାଲିଆସି ସହର ହୃଦୟସ୍ଥଳରେ ବୈଦ୍ୟନାଥ ଛକରେ ନିଜର ଏକ ସେଲୁନ୍ ଆରମ୍ଭ କରିଥିଲେ।
ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କ ପ୍ରେରଣାରେ ସମ୍ବଲପୁରୀ ଭାଷାରେ ଲେଖିବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ ସେଲୁନ୍ ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କ ମିଳନ କେନ୍ଦ୍ରରେ ପରିଣତ ହୋଇଯାଇଥିଲା। ବହୁ ସାରସ୍ବତ ସାଧକଙ୍କ ଆଗମନ ସହିତ ତାଙ୍କ ସେଲୁନ୍ରେ ସାହିତ୍ୟ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା । ସମ୍ବଲପୁରୀ ଭାଷାର ଜନକ କହାଯାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାର ଥରେ କହିଥିଲେ ‘ବିନୋଦ ପଶାୟତଙ୍କ ସେଲୁନ୍ ହେଉଛି ସରସ୍ବତୀଙ୍କ ମନ୍ଦିର’।
ସମର୍ପଣ, ଆଦିବାସୀ, ପରସ୍ତ୍ରୀ ( ଅଣ ମୁକ୍ତିପ୍ରାପ୍ତ), ଚିନି ଆଦି ଓଡ଼ିଆ ଚଳଚ୍ଚିତ୍ର ପାଇଁ ବିନୋଦ ପଶାୟତ ଗୀତ ଲେଖିଛନ୍ତି। ସେ ‘ ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ, ମା’ ଠାନୁ ବଡ଼୍ କିଏ ଅଛେ, ଏ ନନୀ ସୁଲୋଚନା, ଲବଂଗଲତା ମୋର ଗଜମୁକୁତା, ଗଲାରାତି ଝୁମରା ସୁରେ, ଲିଟି ଉଡେ ଫୁରୁପୁରୁ, ରଥର ଚକା ଚାଲେ ଘିଡ଼ି ଘିଡ଼ି, ସରବ ସହେନି ମା ଗୋ ତୁଇ, ବୋଇଲେ ରାଧିକା ସୁନଗୋ ଦୁତି ଭଳି ଶତାଧିକ ଲୋକକ୍ରିୟ ଗୀତ ଆଜି ଭେଟି ଦେଇଛନ୍ତି। ‘ତାହାର ବା’ , ମୁଁ ନାଇଁ ମରେ, ଚୁଟକୁଛୁଟା ଭଳି ବ୍ୟଂଗ ନାଟକ ଆଜି ସମସ୍ତଙ୍କ ମନରେ ରହିଛି।
୨୦୨୪ରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ। ଏହାଛଡ଼ା ସଂଗୀତ ନାଟକ ଏକାଡେମି ସମ୍ମାନ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ତେବେ, ପରିଣତ ବୟସରେ ବି ସେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି।
ସମର୍ପଣ, ଆଦିବାସୀ, ପରସ୍ତ୍ରୀ( ଅଣ ମୁକ୍ତିପ୍ରାପ୍ତ), ଚିନି ଆଦି ଓଡ଼ିଆ ଚଳଚ୍ଚିତ୍ର ପାଇଁ ବିନୋଦ ପଶାୟତ ଗୀତ ଲେଖିଛନ୍ତି। ସେ ‘ ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ, ମା’ ଠାନୁ ବଡ଼୍ କିଏ ଅଛେ, ଏ ନନୀ ସୁଲୋଚନା, ଲବଂଗଲତା ମୋର ଗଜମୁକୁତା, ଗଲାରାତି ଝୁମରା ସୁରେ, ଲିଟି ଉଡେ ଫୁରୁପୁରୁ, ରଥର ଚକା ଚାଲେ ଘିଡ଼ି ଘିଡ଼ି, ସରବ ସହେନି ମା ଗୋ ତୁଇ, ବୋଇଲେ ରାଧିକା ସୁନଗୋ ଦୁତି ଭଳି ଶତାଧିକ ଲୋକକ୍ରିୟ ଗୀତ ଆଜି ଭେଟି ଦେଇଛନ୍ତି। ‘ତାହାର ବା’ , ମୁଁ ନାଇଁ ମରେ, ଚୁଟକୁଛୁଟା ଭଳି ବ୍ୟଂଗ ନାଟକ ଆଜି ସମସ୍ତଙ୍କ ମନରେ ରହିଛି। ୨୦୨୪ରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ। ଏହାଛଡ଼ା ସଂଗୀତ ନାଟକ ଏକାଡେମି ସମ୍ମାନ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ତେବେ, ପରିଣତ ବୟସରେ ବି ସେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/20/binod-2025-08-20-16-56-56.jpg)