ରାୟପୁରରୁ ଆସି ଭୁବନେଶ୍ୱରରେ ନିଖୋଜ ହୋଇଗଲେ ପ୍ରତିଷ୍ଠିତ ବ୍ୟବସାୟୀ, ୬ ମାସ ପରେ ବି ମିଳୁନି ପତ୍ତା, ସାରା ଦେଶରେ ସର୍କୁଲାର ଜାରି

ସିସିଟିଭିରେ ଥିବା ବ୍ୟକ୍ତି ହେଉଛନ୍ତି- ରାୟପୁରର ପ୍ରତିଷ୍ଠିତ ବ୍ୟବସାୟୀ ରବି ଭୋଜୱାନୀ। ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ପୁରୀରୁ ଘରକୁ ଫେରୁଥିଲେ। କୌଣସି କାରଣରୁ ଭୁବନେଶ୍ୱରର ଏକ ନମ୍ୱର ପ୍ଲାଟଫର୍ମରେ ଓହ୍ଲାଥିଲେ ରବି । ମୁହଁରେ ରୁମାଲ ବନ୍ଧା ହୋଇଥିଲା। ଘଟଣାକୁ ୬ ମାସ ବିତି ଯାଇଥିଲେ ବି ରବି ଗାଏବ। ଜିଆରପି ପୁଲିସ ଏନେଇ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି। ସିସିଟିଭି ସର୍ଭେଲାନ୍ସ ସହ ଖୋଳତାଡ କରାଯାଉଛି।

57

କନକ ବ୍ୟୁରୋ : ତାରିଖ ଜାନୁୟାରୀ ୨୫ , ୨୦୨୫। ସମୟ- ରାତି ୯ଟା ବାଜି ୧୮ ମିନିଟ୍। ସ୍ଥାନ ଭୁବନେଶ୍ୱର ରେଳ ଷ୍ଟେଷନ। ଶେଷଥର ପାଇଁ ଏହି ବ୍ୟବସାୟୀଙ୍କୁ ଦେଖିଥିଲା ଭୁବନେଶ୍ୱର ରେଳବାଇ ପୁଲିସର କ୍ୟାମେରା। ଆଉ ତା ପରଠାରୁ କୁଆଡେ ଗଲେ ଆଉ ପତା ମିଳୁନି । ସିସିଟିଭିରେ ଥିବା ବ୍ୟକ୍ତି ହେଉଛନ୍ତି- ରାୟପୁରର ପ୍ରତିଷ୍ଠିତ ବ୍ୟବସାୟୀ ରବି ଭୋଜୱାନୀ। ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ପୁରୀରୁ ଘରକୁ ଫେରୁଥିଲେ। କୌଣସି କାରଣରୁ ଭୁବନେଶ୍ୱରର ଏକ ନମ୍ୱର ପ୍ଲାଟଫର୍ମରେ ଓହ୍ଲାଥିଲେ ରବି । ମୁହଁରେ ରୁମାଲ ବନ୍ଧା ହୋଇଥିଲା। ଘଟଣାକୁ ୬ ମାସ ବିତି ଯାଇଥିଲେ ବି ରବି ଗାଏବ। ଜିଆରପି ପୁଲିସ ଏନେଇ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି। ସିସିଟିଭି ସର୍ଭେଲାନ୍ସ ସହ ଖୋଳତାଡ କରାଯାଉଛି। ସାରା ଦେଶର ପୁଲିସକୁ ରବିଙ୍କ ଫଟୋ ପଠାଯାଇଥିବା ଜିଆରପି କହିଛି। 
 ନିଖୋଜ ରବି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ଅପହରଣ ହୋଇଥାଇ ପାରେ ବୋଲି ଅଭିଯୋଗ ଆଣିଛନ୍ତି ପରିବାର। କୋହଭରା କଣ୍ଠରେ ରବିଙ୍କୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି । ଏତେ ଦିନ ଧରି ନିଖୋଜ ରବିଙ୍କ ପତ୍ତା ମିଳୁନଥିବାରୁ ଏବେ ଅନେକ ଗୁଡିଏ ପ୍ରଶ୍ନ ସାମାନକୁ ଆସିଛି। 

ବ୍ୟବସାୟୀଙ୍କ ନିଖୋଜ ପଛର କାରଣ କ’ଣ?
ପୂର୍ବ ଶତ୍ରୁତା ଯୋଗୁ ରାୟପୁର ବ୍ୟବସାୟୀଙ୍କୁ କରାଯାଇଛି କି ଅପହରଣ? 
ରବି ଏବେ କେଉଁଠି, ଆଉ କେତେ ସୁରକ୍ଷିତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe