କନକବ୍ୟୁରୋ : ଶନିବାରଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି । ଏବେ ବାହାର ରତ୍ନଭଣ୍ଡାର କାର୍ଯ୍ୟ କିଛି ପରିମାଣରେ ବାକି ରହିଛି । ତେଣୁ ଆସନ୍ତା ୮ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶୃଙ୍ଖଳିତ, ସୁନ୍ଦର, ବ୍ୟବସ୍ଥିତ ଭାବେ କିଭଳି ମରାମତି କାର୍ଯ୍ୟ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ବାହାର ରତ୍ନଭଣ୍ଡାରର ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ଯେତେ ସମ୍ଭବ ଶୀଘ୍ର କାମ ଶେଷ କରିବାକୁ ପ୍ରସ୍ତୁତ ହୋଇଛି ଏଏସ୍ଆଇ । ହାତରେ ସ୍ବଳ୍ପ ସମୟ ଥିବାରୁ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାମ କରିବେ ବିଶେଷଜ୍ଞ । ରଥଯାତ୍ରା ଭିତରେ ମରାମତି କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ଏଏସ୍ଆଇ ଯୋଜନା ରଖିଛି । ସେପଟେ ବାହାର ରତ୍ନଭଣ୍ଡାର କବାଟକୁ ସୁନା ନହେଲେ ରୁପା ଛାଉଣୀ କରିବାକୁ ମଧ୍ୟ ଆଲୋଚନା ହେଉଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ଚୂଡ଼ାନ୍ତ ନିଷ୍ପତି ନେଇନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/06/28/ratna65-2025-06-28-08-09-27.jpg)