କନକ ବ୍ୟୁରୋ : ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ତାରିଖ ସୁଦ୍ଧା ମରାମତି କାମ ସରିବ । ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଜାନୁଆରୀ ଶେଷ ସୁଦ୍ଧା ସରିଯିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି ।

Advertisment

ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନାହିଁ । ଧାତବ ଜିନିଷ ଥିବା ନେଇ ଯେଉଁ ପରିକଳ୍ପନା କରାଯାଉଥିଲା, ସେମିତି କିଛି ମଧ୍ୟ ନଥିବା ଆଇନ ମନ୍ତ୍ରୀ କହିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ସରିଛି । ଆଜି ସିଡ୍ୟୁଲ ଦାଖଲ କରିବ ଏଏସଆଇ । ତୁରନ୍ତ କାମ ଆରମ୍ଭ ପାଇଁ ଏଏସଆଇକୁ ଅନୁମତି ପତ୍ର ଦେଇଛି ମନ୍ଦିର ପ୍ରଶାସନ । ଭିତର ସଫା ପରେ ଶୀଘ୍ର ମରାମତି ଆରମ୍ଭ ହେବ । ମରାମତି ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ । ତାପରେ ଏକ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ ।