କନକବ୍ୟୁରୋ : ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି। ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ, ୧୫୬ ବର୍ଷର ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ବ୍ୟୋମକେଶ। ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ୟ୍ୟକାଳ ଭିତରେ ଓଡ଼ିଶାର ସ୍କୁଲରେ କିପରି ବେଙ୍ଗଲି ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ ।

Advertisment

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀଵ୍ର ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଜବାବ ରଖି କହିଛନ୍ତି, ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଓଡ଼ିଆ ମାନେ ଉତ୍ସାହହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା । କେନ୍ଦ୍ର ମନ୍ତ୍ରୀ ଗୃହର ସଦସ୍ୟ ହୋଇନଥିବା ବେଳେ ତାଙ୍କ ବିଷୟରେ ଆଲୋଚନା କରି ବିରୋଧୀ ଗୃହକୁ ଭିନ୍ନ ଆଡ଼କୁ ନେଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ।