କନକ ବ୍ୟୁରୋ : ଗିରଫ ହେଲେ ରେମୁଣା ତହସିଲଦାର। କଟକ ଡିଭିଜନ ଭିଜିଲାନ୍ସ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କରିଛି। ଗତ ମଙ୍ଗଳବାର ଦିନ ରେମୁଣା ତହସିଲଦାରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ରେଡ ବେଳେ କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େଇ କୋଟି ଟଙ୍କାର ଫ୍ଲାଟ ଠାବ କରାଯାଇଥିଲା। ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଥିଲା। ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି। ବାବୁଙ୍କ ଠାରୁ ୯୧୭ ଗ୍ରାମ ସୁନା ଜବତ କରିଥିଲା ଭିଜିଲାନ୍ସ। ଏହାସହ ୧ କୋଟି ଟଙ୍କାର ପୋଷ୍ଟାଲ ଡିପୋଜିଟ ରହିଛି। ୨୦ ଲକ୍ଷ ଟଙ୍କାର ନଗଦ କାରବାର ବି ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ସେହିପରି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଜମା ଓ ପୁଞ୍ଜିନିବେଶ ସମ୍ପର୍କରେ ବି ତଥ୍ୟ ମିଳିଥିଲା। ଅନ୍ୟପକ୍ଷରେ ଏକ ୪ଚକିଆ ଯାନ ସହ ଦୁଇଟି ଦୁଇ ଚକିଆ ଯାନ ଜବତ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ଭୁବନେଶ୍ବର ରୁଦ୍ରପୁରରେ ଥିବା ଦେଢ଼ କୋଟି ଟଙ୍କାର ଥ୍ରୀ-ବିଏଚକେ ଫ୍ଲାଟ, ଶୈଳଶ୍ରୀ ବିହାରରେ ଥିବା ୧ କୋଟି ଟଙ୍କାର ଥ୍ରୀ-ବିଏଚକେ ଫ୍ଲାଟ ଏବଂ ବାଲେଶ୍ବର କୁରୁଡାରେ ଫ୍ଲାଠ ଠାବ ହୋଇଥିଲା। ଭୁବନେଶ୍ବର ଓ ବାଲେଶ୍ବରରେ ମଧ୍ୟ ବିଦ୍ୟାଧର ପତିଙ୍କ ଦୁଇଟି ପ୍ଲଟ ରହିଛି।
ରେମୁଣା ତହସିଲଦାର ବିଦ୍ୟାଧର ପତି ଗିରଫ । ଚଢାଉ ବେଳେ ଜବତ ହୋଇଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି
ରେଡ ବେଳେ କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େଇ କୋଟି ଟଙ୍କାର ଫ୍ଲାଟ ଠାବ କରାଯାଇଥିଲା। ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଥିଲା। ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି।
/kanak/media/media_files/2025/02/13/jT7WkkPzpLkkLtohrF5S.jpg)