କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାନ୍ତ ଗାଁ ହିଞ୍ଜଳି ବସା। ମୌଳିକ ସୁବିଧାରୁ ବଂଚିତ ଗାଁରେ ବସବାସ କରୁଥିବା ସମସ୍ତ ପରିବାର । ନାହିଁ ଭଲ ରାସ୍ତା, ବିଜୁଳିର ବିକଳ୍ପ ସୋଲାର, ସେ ବି ବର୍ଷ ବର୍ଷ ଧରି ଅଚଳ । ଅନ୍ଧାରରେ ଅଭିଶପ୍ତ ଜୀବନ ବଂଚୁଛନ୍ତି ଗ୍ରାମବାସୀ । ଉପାନ୍ତ ଗାଁରେ ଦିନ ବେଳା ଯାହା ଯେତିମି ଖରା ଗରମରେ କଟିଯାଉଛି, ରାତି ହେଲେ ରାଜୁତି କରୁଛି ଅନ୍ଧାର । ମହମବତି ଲଗାଇ ଶିକ୍ଷାର ଆଲୋକ ଖୋଜୁଛନ୍ତି କୁନି କୁନି ପିଲା । 

Advertisment

ହିଞ୍ଜଳି ବସା ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ଗାଁର ବିଜୁଳି ଆବଶ୍ୟକତା ମେଣ୍ଟାଇବା ପାଇଁ ସରକାର, ୨୦୧୮-୧୯ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ ବ୍ୟବସ୍ଥା କରିଛନ୍ତି । ଘର ପ୍ରତି ୯୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୨ଟି ବଲବ୍‌ ସହ ଗୋଟିଏ ଫ୍ୟାନ୍‌ ବି ଦିଆଯାଇଛି । ସୋଲାର ପ୍ୟାନେଲ୍‌ ବସିବାର ଦୁଇ ବର୍ଷ ପରେ ଅଚଳ ହୋଇଯାଇଛି । ୪ ବର୍ଷ ହେଲାଣି ନା ତାକୁ ସଜଡ଼ା ଯାଇଛି ନାଁ ଗାଁକୁ ସ୍ଥାୟୀ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି ।

ସୋଲାର ଲାଇଟ୍‌ ଉପରୁ ଗ୍ରାମବାସୀଙ୍କ ଭରସା ତୁଟି ଯାଇଛି। ସ୍ଥାୟୀ ବିଜୁଳି ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।