କନକ ବ୍ୟୁରୋ: ଜନ୍ମଜୟନ୍ତୀରେ ଯୋଗଜନ୍ମାଙ୍କୁ ମନେ ପକାଉଛି ସାରା ଦେଶ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଜୟନ୍ତୀ । ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ କିଛି ସମୟ ମଧ୍ୟରେ ପହଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ରାଜ୍ୟରେ ମଧ୍ୟ ପାଳନ ହେଉଛି ବାଜପେୟୀଙ୍କ ଜନ୍ମଜୟନ୍ତୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏମ୍ସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରୁଛି ଦେଶ । ୧୯୨୪ ମସିହା ଆଜିର ଦିନରେ ଅଟଳ ଜନ୍ମ ନେଇଥିଲେ ଗ୍ୱାଲିୟର ସହରରେ । ତେବେ ତାଙ୍କର ଜନ୍ମଦିନକୁ ସରକାର ସୁ ଶାସନ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କୁ ମନେ ପକାଉଛି ।