ସେଲ୍‌ର ଆରଏସପି ର ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ ଦ୍ବାରା ଜଟିଳ ଲୁମ୍ବାର୍ ଡିସ୍କ ଚିକିତ୍ସାରେ ଉଲ୍ଲେଖନୀୟ ସଫଳତା ହାସଲ

Advertisment

ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାରର ପରଦିନ ଚାଲିବା ଆରମ୍ଭ କଲେ ରୋଗୀ

ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାରର ପରଦିନ ଚାଲିବା ଆରମ୍ଭ କଲେ ରୋଗୀ

lumbar disc treatment

lumbar disc treatment Photograph: (KanakNews)

କନକ ବ୍ୟୁରୋ:ସେଲ୍ ଆରଏସପି ର ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇ ଜି ଏଚ)ର ଅଭିଜ୍ଞ ଡାକ୍ତରୀ ଦଳ ଜଣେ ୩୨ ବର୍ଷୀୟା ଆୟୁଷ୍ମାନ ଭାରତ କାର୍ଡଧାରୀ ହିତାଧୁକାରୀ ମହିଳା ରୋଗୀଙ୍କ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ପନ୍ନ ପୂର୍ବକ ଠିକ ପରଦିନ ପୁଣି ଚାଲିବାକୁ ସକ୍ଷମ କରାଇ ଆଉ ଏକ ସଫଳତାର ଫର୍ବ ଯୋଡ଼ିଛନ୍ତି । ରୋଗୀ ଜଣକ ନିଜର ଡାହାଣ ଗୋଡ଼ରୁ ପିଠି ପର୍ଯ୍ୟନ୍ତ ପ୍ରବଳ ଯନ୍ତ୍ରଣା ସହିତ ଆଇଜିଏଚରେ ଭର୍ଜି ହୋଇଥିଲେ । ତାଙ୍କର ଠିଆ ହେବାଚାଲିବାବିଛଣାକୁ ଉଠିବା ସହିତ ନିଜେ ପରିସ୍ରା ଏବଂ ଶୌଚାଳୟ ଯିବାରେ ଅସୁବିଧା ହେଉଥିଲା । ଏହି ସବୁ ଲକ୍ଷଣଗୁଡ଼ିକ ଦୀର୍ଘ ପାଞ୍ଚ ଦିନ ଧରି ଲାଗି ରହିଥିଲା । ଆଇଜିଏଚରେ ଭର୍ତ୍ତି ହେବା ପରେ ଏକ ଏମଆରଆଇ କରାଯାଇଥିଲା ଯେଉଁଥିରେ ଏଲ୫-ଏସ ୧ ଏକ୍ସଟ୍‌ରୁଡେଡ୍‌ ଡିସ୍କ ଚିହ୍ନଟ କରଯାଇଥିଲା ଯାହାଦ୍ବାରା କାଉଡା ଇକ୍ସିନା ସିଣ୍ଡ୍ରୋମ୍ ସୃଷ୍ଟି ହେବା ସହିତ ରୋଗୀଙ୍କୁ ନ୍ୟୁରୋସର୍ଜିକାଲ୍ ର ଜରୁରୀକାଳୀନ ଅସ୍ତ୍ରୋପଚାରର ଆବଶ୍ୟକ ହୋଇଥୁଲା ।

ଏହି ପରିପ୍ରେକ୍ଷୀରେଡାକ୍ତରୀ ଦଳ ତୁରନ୍ତ ମେରୁଦଣ୍ଡ ଅସ୍ତ୍ରୋପଚାର ଯୋଜନା ପ୍ରସ୍ତୁତ କରିବା ସହ ଜରୁରୀକାଳୀନ ଲୁମ୍ବାର ସ୍ପାଇନ୍ ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହି ଅସ୍ତ୍ରୋପଚାରର ନେତୃତ୍ବ ନ୍ୟୁରୋସର୍ଜରୀର ବରିଷ୍ଠ ପରାମର୍ଶଦାତା ଡକ୍ଟର ମନୋଜ କୁମାର ଦେଓଙ୍କ ନେତୃତ୍ଵରେ ସମ୍ପାଦନ କରାଯାଇଥିଲା । ଏଥୁରେ ଅତିରିକ୍ତ ସିଏମ୍ଓ ଡକ୍ଟର ସମ୍ମୁକ୍ତା ପାଣିଗ୍ରାହୀଙ୍କ ନିଶ୍ଚେତକ ସହାୟତା ଯୋଗାଇଦେଇଥିଲେ। ସିଷ୍ଟର ଗୋଧୂଳି ଏବଂ ସିଷ୍ଟର ଅଞ୍ଜଳି ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ସହାୟତା ପ୍ରଦାନ କରିଥିଲେ।ରୋଗୀ ଜଣକ ଅସ୍ତ୍ରୋପଚାରର ମାତ୍ର ଗୋଟିଏ ଦିନ ପରେ ଠିଆ ହେବାସହିତ ନିଜେ ଚାଲିବା ପାଇଁ ସକ୍ଷମ ହୋଇ ଉଲ୍ଲେଖନୀୟ ଭାବେ ଆରୋଗ୍ୟ ଲାଭ କରିଥିଲେ ।

ଏହି ସଫଳ ଚିକିତ୍ସାରେ ସିଷ୍ଟର ଗୌରୀସିଷ୍ଟର ସସ୍ମିତାସିଷ୍ଟର ମନୀଷାସିଷ୍ଟର ରୁବି ଏବଂ ସିଷ୍ଟର ସୋନିଆ ଅସ୍ତ୍ରୋପଚାର ପରବର୍ତ୍ତୀ ଚିକିତ୍ସା ସେବାକୁ ସତର୍କତାର ସହ ପରିଚାଳନା କରିଥିଲେ ଯାହା ରୋଗୀଙ୍କ ସୁଗମ ଏବଂ ସ୍ଥିର ସ୍ବାସ୍ଥ୍ୟ ଉନ୍ନତି ସୁନିଶ୍ଚିତ କରିଥିଲା । ଏସ୍‌ରେ ଆଶ୍ବସ୍ତି ଏବଂ କୃତଜ୍ଞତା ପ୍ରକାଶ କରିରୋଗୀ ତାଙ୍କ ସ୍ଵାସ୍ଥ୍ୟ ରେ ୮୦% ଉନ୍ନତି ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସେ ଏବେ ଧୀରେ ଧୀରେ ଭଲ ହେବା ସହିତ ଶୀଘ୍ର ଡିସଚାର୍ଜ ହେବାକୁ ଯୋଜନା କରାଯାଉଛି । ଏହି ଅଭୂତପୂର୍ବ ସଫଳତାରେ ଉତ୍କର୍ଷ କେନ୍ଦ୍ର ଭାବେ ଆଇଜିଏଚ ନିଜର ଖ୍ୟାତିକୁ ଆହୁରି ସୁଦୃଢ଼ କରୁଛି ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଅଧୀନରେ ଉନ୍ନତତରକରୁଣାପୂର୍ଣ୍ଣ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସେଲ୍ରାଉରକେଲା ଇସ୍ପାତ କାରଖାନାର ପ୍ରତିବଦ୍ଧତାକୁ ଦୋହରାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe