କନକ ବ୍ୟୁରୋ : ପଟିଆ ନିବାସୀ ଶ୍ରୀମତୀ ଏଲୋରା ପଣ୍ଡା ଏକ ଘରୋଇ ହାସପାତାଳରେ ତାଙ୍କର ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ହୋଇଥିଲା । ସ୍ୱର୍ଗୀୟା ପଣ୍ଡା ଜଣେ ଧର୍ମପରାୟଣ, ସମାଜସେବୀ ଓ ଅତି ପରୋପକାରୀ ମହିଳା ଥିଲେ । ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ତଥା ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ସି. ଭି. ରମଣ ବିଶ୍ଵବିଦ୍ୟାଳୟ, କିଟ ବିଜିନେସ ସ୍କୁଲ, ଆଇ ଏସ୍ ଏଫ୍ ଆଇ ବିଜନେସ ସ୍କୁଲ ଆଦିରେ ଅଧ୍ୟାପିକା ହିସାବରେ କାର୍ଯ୍ୟ ସଂପାଦନା କରିଥିଲେ ।
ଏପରିକି କର୍ପୋରେଟ ଜଗତର ଟି. ସି. ଏସ, ନିସା ଇଷ୍ଟର୍ଣ୍ଣ ରିଜନ ଓ ନର୍ଥ ରିଜନରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ତାଙ୍କର ଅନ୍ତେଷ୍ଟିକ୍ରୀୟା ପୁରୀ ସ୍ଵର୍ଗଦ୍ଵାରରେ ଏକମାତ୍ର କନ୍ୟା ଆଦ୍ୟଶା ପଣ୍ଡା ମୁଖାଗ୍ନି ଦେଇ ସମାପନ କରିଥିଲେ । ସ୍ୱର୍ଗୀୟା ପଣ୍ଡା ପଟିଆ ସ୍ଥିତ ଏମ୍ ଡ଼ି ସି ଶିକ୍ଷାନୁସ୍ଥାନର ପ୍ରତିଷ୍ଠାତା ଶ୍ରୀ ଗଙ୍ଗାଧର ରଥଙ୍କ କନ୍ୟା ଓ ବିଜୁପଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ମାନବ ସମ୍ବଳ ଅଧିକାରୀ ଦୁର୍ଗେଶ ପଣ୍ଡାଙ୍କ ଧର୍ମପତ୍ନୀ । ଯାଜପୁରର ଲୋକସଭା ସାଂସଦ ଡଃ ରବିନାରାୟଣ ବେହେରା, କିଟ୍ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ, ପୂର୍ବତ୍ତନ ମୁଖ୍ୟ ଶାସନ ସଚ଼ିବ ଶ୍ରୀ ସହଦେବ ସାହୁ, ଶ୍ରୀ ଅଜିତ ତ୍ରିପାଠୀ, ବରିଷ୍ଠ ପ୍ରଶାସକ ଶ୍ରୀ ଅଶୋକ ତ୍ରୀପାଠୀ, ଶ୍ରୀ ସୁରେଶ ପଣ୍ଡା, ଅତିରିକ୍ତ ସଚ଼ିବ ରେଣୁ ପ୍ରଭା ନାୟକ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।