କନକବ୍ୟୁରୋ : ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଧର୍ମାନ୍ତିକରଣ ଅଭିଯୋଗ । ନିରୀହ ଆଦିବାସୀଙ୍କ ସରଳତାର ଫାଇଦା ନେଇ ଧର୍ମାନ୍ତିକରଣ କରାଯାଉଥିବା ଅଭିଯୋଗ ହୋଇଛି । ବଣ୍ଡାଘାଟି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ମିଶନାରି ସଂସ୍ଥା ସକ୍ରିୟ ରହିଛି । ବଣ୍ତା ଜନଜାତିର କୁନି ପିଲାଙ୍କୁ ପାଠ ପଢାଇବା ବାହାନରେ ବାଇବେଲ ଦେଉଥିବା ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲା ବଣ୍ତାଘାଟିର ବାସିନ୍ଦା । ଭୋଜଗୁଡା ଠାରେ ଧର୍ମାନ୍ତିକରଣ ଲାଗି ଉଦ୍ୟମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପାଠ ପଢାଇବା ଓ ଖାଇବାକୁ ଦେଇ ଗ୍ରାମବାସୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଆନ୍ଧ୍ରପ୍ରଦେଶ ସଂସ୍ଥା ଉଦ୍ୟମ କରୁଛି। ଏହାକୁ ବିରୋଧ କରି ସଂସ୍ଥା ଦ୍ବାରା ହେବାକୁ ଥିବା ବିଦ୍ୟାଳୟ ଓ ସଂସ୍ଥା ପ୍ରବର୍ତକଙ୍କୁ ବିରୋଧ କରିଛନ୍ତି
ମାଲକାନଗିରି ବଣ୍ଡାଘାଟିରେ ଚାଲିଛି ଧର୍ମାନ୍ତରୀକରଣ : ଆନ୍ଧ୍ରପ୍ରଦେଶର ମିଶନାରି ସଂସ୍ଥାରେ ସଙ୍ଗୀନ ଅଭିଯୋଗ
ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଧର୍ମାନ୍ତିକରଣ ଅଭିଯୋଗ । ନିରୀହ ଆଦିବାସୀଙ୍କ ସରଳତାର ଫାଇଦା ନେଇ ଧର୍ମାନ୍ତିକରଣ କରାଯାଉଥିବା ଅଭିଯୋଗ ହୋଇଛି ।
/kanak/media/media_files/2025/08/03/43-2025-08-03-13-06-07.jpg)