ହଂସପାଳରେ ଟ୍ରାଫିକ ସମସ୍ୟାରୁ ମୁକ୍ତି । ଉଦଘାଟିତ ହେଲା ବହୁପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରିଜ ।

Advertisment

ଉଦଘାଟିତ ହେଲା ବହୁପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରିଜ । ସେପଟେ ଖୁବ ଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, ଦୂର ହେବ ଭୁବନେଶ୍ବର-କଟକ ଟ୍ରାଫିକ ଯନ୍ତ୍ରଣା ।

ଉଦଘାଟିତ ହେଲା ବହୁପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରିଜ । ସେପଟେ ଖୁବ ଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, ଦୂର ହେବ ଭୁବନେଶ୍ବର-କଟକ ଟ୍ରାଫିକ ଯନ୍ତ୍ରଣା ।

hanspal flyover

Photograph: (kanaknews)

କନକ  ବ୍ୟୁରୋ : ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷୀତ ହଂସପାଳ ଫ୍ଲାଏ ଓଭର ବ୍ରିଜ୍ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି । ୧୮ ମାସରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ସାରିବା ପାଇଁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ୫ ବର୍ଷ ଲାଗିଯାଇଛି । କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ଗତ ବର୍ଷ ଏହି ବ୍ରିଜ ବ୍ୟବହାର କରିପାରୁଥିବାବେଳେ ଏଣିକି ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡି ହଂସପାଳ ଫ୍ଲାଏ ଓଭର ବ୍ରିଜ ଦେଇ ଯାତାୟତ କରିପାରିବେ ।

ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଦୁଇ ଥର ଠିକା ସଂସ୍ଥା ବି ବଦଳିଛି। ରାଜନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ବି ହୋଇଛି । ତଥାପି ଏହା ନିର୍ମାଣ ହେବାକୁ ୫ ବର୍ଷ ଲାଗିଯାଇଛି । ଫ୍ଲାଏ ଓଭର ନିର୍ମାଣ ବିଳମ୍ବ ପାଇଁ ପୂର୍ବ ସରକାର ଓ ଠିକାଦାରଙ୍କୁ ଦାୟୀ କରିଛନ୍ତି ସାଂସଦ ଅପରାଜିତା ଷଢ଼ଙ୍ଗୀ। ୨୪ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ଫ୍ଲାଏ ଓଭର ବ୍ରିଜ । ହଂସପାଳରେ ହେଉଥିବା ଟ୍ରାଫିକ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଏନଏଚଏଆଇ ଅଧିକାରୀ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe