କନକ ବ୍ୟୁରୋ : ପ୍ରବଳ ତାତିରୁ ମିଳିବ ତ୍ରାହି। ଆଜିଠୁ ବଦଳିବ ପାଗର ମିଜାଜ୍। କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ବର୍ତ୍ତୀ ପଶ୍ଚିମବଙ୍ଗ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ରହିଛି। ଫଳରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ । ଯାହା କାଳବୈଶାଖୀ ବର୍ଷା କରିବାରେ ସହାୟକ ହେବ। ଆଜି ଠାରୁ ୯ ତାରିଖ ଯାଏଁ ରାଜ୍ୟରେ ବିଶେଷ ପ୍ରଭାବ ରହିବା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ପାଇଁ ୨୩ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ନେଇ ଆଲର୍ଟ ଜାରି ହୋଇଛି।ଆସନ୍ତାକାଲି ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛ। ଏହି ୪ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ୨୨ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୯ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ରହିବ ହାଲୁକା ପ୍ରଭାବ।
ପ୍ରବଳ ତାତିରୁ ମିଳିବ ତ୍ରାହି, ଆଜିଠୁ ବଦଳିବ ପାଗ, କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ
/kanak/media/media_files/2026/03/07/4a-2026-03-07-15-28-52.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)