କନକ ବ୍ୟୁରୋ : ରାଜ୍ୟ ବିଧାନସଭା ଶୀତାକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି କି, ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହି ଶୀଳତଭଣ୍ଡାରଗୁଡିକ ପିପିପି ମୋଡରେ ନିର୍ମାଣ କରାଯିବ । ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କେ.ଭି ସିଂଦେଓ ସୂଚାନ ଦେଇଛନ୍ତି ।
ଚାଷୀଙ୍କ ପାଇଁ ଆଶ୍ୱସ୍ତି ଖବର ଆଣିଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର
ଏହି ଶୀଳତଭଣ୍ଡାରଗୁଡିକ ପିପିପି ମୋଡରେ ନିର୍ମାଣ କରାଯିବ । ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କେ.ଭି ସିଂଦେଓ ସୂଚାନ ଦେଇଛନ୍ତି ।