କନକ ବ୍ୟୁରୋ : ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ’ସନ୍ ଅଫ୍ ସର୍ଦ୍ଦାର-୨’ ଆସନ୍ତା ଜୁଲାଇ ୨୫ ତାରିଖରେ ରିଲିଜ୍ ହେବ । ଏହି ଦିନ ଜାହ୍ନବୀ କପୁର ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ’ପରମସୁନ୍ଦରୀ’ ମଧ୍ୟ ମୁକ୍ତିଲାଭ କରିବ । ଏହା ମଧ୍ୟରେ ଏହି ଫିଲ୍ମର ନିର୍ମାତା ଅଜୟଙ୍କ ଷ୍ଟାରଡମ୍ ଓ ସନ୍ ଅଫ୍ ସର୍ଦ୍ଦାରର ସଫଳତାକୁ ଦେଖି ଏହାର ରିଲିଜ୍ ଡେଟକୁ ଘୁଞ୍ଚାଇ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି  । ଅଜୟଙ୍କ ଯୋଗୁଁ ତାଙ୍କ ଫିଲ୍ମକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିପାରେ ବୋଲି କୁହାଯାଉଛି । ପ୍ରଯୋଜକ ଦୀନେଶ ବିଜାନ ଫିଲ୍ମର ସଫଳତାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି । 
 

Advertisment

ଅନ୍ୟପଟେ ଜୁଲାଇ ମାସରେ ଅନେକଗୁଡ଼ିଏ ରୋମାଣ୍ଟିକ କମେଡ଼ି ଫିଲ୍ମ ରିଲିଜ୍ ହେଉଥିବାରୁ ଏହା ’ପରମସୁନ୍ଦରୀ’ର ବିଜନେସକୁ ପ୍ରଭାବିତ କରିପାରେ ବୋଲି ଦୀନେଶ ଭାବୁଛନ୍ତି । ତେବେ ଦୀନେଶ ଏହାକୁ ଅଗଷ୍ଟରେ ରିଲିଜ୍ କରିବା ପାଇଁ ଯୋଜନା କରୁଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା ।  ଫିଲ୍ମରେ ଉଭୟ ଜାହ୍ନବୀ ଓ ସିଦ୍ଧାର୍ଥ ଦକ୍ଷିଣ ଭାରତୀୟ ପୋଷାକ ପରିପାଟୀରେ ବେଶ୍ ଭଲ ଦେଖାଯାଉଛି ।