କନକ ବ୍ୟୁରୋ: ବନ୍ୟା ସ୍ରୋତରେ ଶବକୁ ସଂସ୍କାର ପାଇଁ ନେଲେ ସମ୍ପର୍କୀୟ । ହେଲେ ଏହାରି ଭିତରେ ଘଟିଛି ଏକ ଅଭାବନୀୟ ଘଟଣା । ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଚୌଧୁରୀକୁଦ ଗାଁର ମଧୁ ପ୍ରମାଣିକ ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ ଘଟିଥିଲା । ହେଲେ ପୁରା ଗାଁ ଏବଂ ଶ୍ମଶାନ ପାଣି ଭରି ରହିଥିବାରୁ ଲୋକ ପୁରୀ ସ୍ବର୍ଗ ଦ୍ବାରରେ ଶବ ସଂସ୍କାର କରାଯାଇଥାନ୍ତା ।

Advertisment

ହେଲେ ମୁଖ୍ୟ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ସ୍ବର୍ଗ ରଥ ଗାଡ଼ି ଯାଏଁ ନେବା ପାଇଁ ୫ କିଲୋମିଟର ବନ୍ୟା ସ୍ରୋତରେ‌ କୋକେଇରେ ଶବକୁ କାନ୍ଧେଇ ନେଉଥିବାର ଦେଖିବାକୁ ମିଳିଛି ।