କନକବ୍ୟୁରୋ : ମଣିଷର ବୁଦ୍ଧିଭ୍ରଷ୍ଟ ହେବାପାଇଁ ଲାଗିଲାଣି ନା କିଛି ବୁଝିପାରୁଛନ୍ତି ନା ବୁଝୁଛନ୍ତି ସମ୍ଫର୍କର ମୁଲ୍ୟ  ।  ଥରେ ଭାବିଲେ କଣ ଆମେ ସତରେ ଏହି ସମାଜରେ ବାସ କରୁଛନ୍ତି ଯେଉଁଠି ଆମେ ନିଜର ସମ୍ପର୍କୀୟଙ୍କ ପାଖରେ ମଧ୍ୟ ସୁରକ୍ଷିତ ନୁହନ୍ତି  ।  ସେମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡରେ । ଜଣେ ଛଅ ବର୍ଷୀୟ ଝିଅକୁ ତାଙ୍କ ୨୪ ବର୍ଷୀୟ କାକା ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯିଏକି ନିଜ ଝିଆରୀର ହତ୍ୟା କରି ମୃତଦେହକୁ ଏକ କାର ଭିତ‌ରେ ଟ୍ରଙ୍କ୍‌ରେ ଲୁଚାଇ ନେଇ  ଛତିଶଗଡ଼ର ଦୁର୍ଗରେ ରଖିଥିଲେ ।  

Advertisment

ନବରାତ୍ରି ଉତ୍ସବର ଅଂଶ ଭାବରେ ଆୟୋଜିତ ଏକ ରୀତିନୀତି ପରେ ନାବାଳିକା ଜଣକ ଏପ୍ରିଲ ୫ ତାରିଖରେ ନିଖୋଜ ହୋଇଯାଇଥିଲେ । ସୁଚନା ଅନୁଯାୟୀ  କନ୍ୟା ଭୋଜିରେ ଅଂଶଗ୍ରହଣ କରିବା ପାଇଁ ଶିଶୁଟି ତାଙ୍କ ଜେଜେମାଙ୍କ ଘରକୁ ଯାଇଥିଲା, କିନ୍ତୁ ସେଠାରୁ ଆଉ ଘରକୁ ଫେରିପାରି ନଥିଲା । ଦୁର୍ଗର ଅତିରିକ୍ତ ପୋଲିସ ସୁପରିଟେଣ୍ତେଣ୍ଟ ସୁଖନନ୍ଦନ ରାଠୋର ସାମ୍ବାଦିକମାନଙ୍କୁ କହିଛନ୍ତି  ତାଙ୍କ ପରିବାର ପୋଲିସ ନିକଟରେ ନିଖୋଜ ହୋଇଥିବା ଅଭିଯୋଗ ଦାଖଲ କରିବା ପୂର୍ବରୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ଏଥିସହ ପରିବାର ଲୋକ କହିଛନ୍ତି ଯେ ଝିଅଟିର ଜେଜେମା ଏବଂ ଅନ୍ୟ ଜଣେ ସମ୍ପର୍କୀୟ ମନ୍ଦିର ଯାଇଥିଲେ । ସେହି ସମୟର ଅଭିଯୁକ୍ତ ସୋମେଶ ଯାଦବ ଘରେ ଏକା ରହିଥିଲେ  ।  ସେହି ଏକା ସମୟରେ ସେ ଶିଶୁଟିକୁ ଯୌନ ନିର୍ଯାତନା ଦେବା ସହ ତାଙ୍କୁ ହତ୍ୟା କରିଥିଲେ , ପରେ ସେହି ମୃତଦେହକୁ ପଡୋଶୀଙ୍କ କାର ଭିତରେ ରଖିଥିବା ଅଭିଯୁକ୍ତ ଜଣଙ୍କ କହିଛନ୍ତି ।  ଏହା ମଧ୍ୟ କହିଛନ୍ତି ଯେ କାରଟି ନିୟମିତ ଭାବରେ ସେଠାରେ ପାର୍କିଂ କରାଯାଉଥିଲା ।  ଏହି ଘଟଣାରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି