ଗଳା ଚିପି ହତ୍ୟା ପରେ ଜାଳିଦେଲେ ; ବିହାରରେ ପୂର୍ବ ଶତ୍ରୁତାରୁ ଜଘନ୍ୟ କାଣ୍ଡ

ବିହାରରେ ବୀଭତ୍ସ ହତ୍ୟା  । ସମ୍ପର୍କୀୟ ଲୋକଙ୍କ  ହାତରେ ଭାଇ ଭଉଣୀ ମୃତ । ଗଳାଚିପି ହତ୍ୟା କରିବା ପରେ ଜାଳିଦେଲେ ଶବ । ପୂର୍ବଶତ୍ରୁତାରୁ ଜଘନ୍ୟ କାଣ୍ଡ, ୨୨ ଜଣଙ୍କୁ ପୋଲିସର ପଚରାଉଚରା । ଘଟଣାରେ ୨ଗିରଫ 

62

କନକ ବ୍ୟୁରୋ: ପ୍ରଥମେ ଗଳା ଚିପି ହତ୍ୟା, ପରେ ଶବ ଜାଳିଦେଲା ,ନିକଟତମ ଲୋକ ହାତରେ ଭାଇଭଉଣୀଙ୍କ ମୃତ୍ୟୁ । ବିହାରର ରାଜଧାନୀ ପାଟଣାରେ ଏହି ଘଟଣା ହଇଚଇ ସୃଷ୍ଟି କରିଛି । ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ ବିବାଦ କାରଣରୁ ଏହି ଜଘନ୍ୟ ଅପରାଧ ଘଟାଇଛି । 

ଘଟଣା ବିହାର ପାଟଣାର ଏକ ଆବାସିକ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି  ।  ଏପର୍ଯ୍ୟନ୍ତ ୨୨ ଜଣଙ୍କୁ ପଚରାଉଚରା କରାଯାଇଛି । ଦୁଇଜଣଙ୍କୁ ପୁଲିସ ହେପାଜତରେ ରଖାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ କିଛି ଲୋକ ଅଭିଯୁକ୍ତଙ୍କୁ ଦେଖିଥିଲେ, କିନ୍ତୁ କେହି ସେମାନଙ୍କ ବିଷୟରେ କିଛି କହୁନାହାନ୍ତି । ଏସ୍‌ପି ଭାନୁ ପ୍ରତାପ ସିଂହ କହିଛନ୍ତି, ତଦନ୍ତ ଚାଲିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ମାମଲାର ପର୍ଦ୍ଦାଫାସ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe