କନକ ବ୍ୟୁରୋ: ପ୍ରଥମେ ଗଳା ଚିପି ହତ୍ୟା, ପରେ ଶବ ଜାଳିଦେଲା ,ନିକଟତମ ଲୋକ ହାତରେ ଭାଇଭଉଣୀଙ୍କ ମୃତ୍ୟୁ । ବିହାରର ରାଜଧାନୀ ପାଟଣାରେ ଏହି ଘଟଣା ହଇଚଇ ସୃଷ୍ଟି କରିଛି । ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ ବିବାଦ କାରଣରୁ ଏହି ଜଘନ୍ୟ ଅପରାଧ ଘଟାଇଛି । 

Advertisment

ଘଟଣା ବିହାର ପାଟଣାର ଏକ ଆବାସିକ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି  ।  ଏପର୍ଯ୍ୟନ୍ତ ୨୨ ଜଣଙ୍କୁ ପଚରାଉଚରା କରାଯାଇଛି । ଦୁଇଜଣଙ୍କୁ ପୁଲିସ ହେପାଜତରେ ରଖାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ କିଛି ଲୋକ ଅଭିଯୁକ୍ତଙ୍କୁ ଦେଖିଥିଲେ, କିନ୍ତୁ କେହି ସେମାନଙ୍କ ବିଷୟରେ କିଛି କହୁନାହାନ୍ତି । ଏସ୍‌ପି ଭାନୁ ପ୍ରତାପ ସିଂହ କହିଛନ୍ତି, ତଦନ୍ତ ଚାଲିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ମାମଲାର ପର୍ଦ୍ଦାଫାସ କରାଯିବ ।