କନକ ବ୍ୟୁରୋ : ସୁଷମା ସ୍ବରାଜଙ୍କ ପରେ ଦିଲ୍ଲୀରେ ୨୭ ବର୍ଷ ପରେ ବିଜେପି ସରକାରକୁ ଫେରିଛନ୍ତି। ଐତିହାସିକ ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ୬ କ୍ୟାବେିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଏନଡିଏ ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଆପ ସୁପ୍ରିମୋ ଅରବିନ୍ଦ କେଜ୍ରୀୱାଲଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଥିବା ପର୍ଭେସ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। ଆଶୀଷ ସୁଦ, କପିଲ ମିଶ୍ରା, ମନଜିନ୍ଦର ସିଂହ ସର୍ସା, ରବୀନ୍ଦ୍ର ଇନ୍ଦ୍ରଜ ସିଂହ, ପଙ୍କଜ କୁମାର ସିଂହ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଉ ବିଜେନ୍ଦ୍ର ଗୁପ୍ତାଙ୍କୁ ମିଳିଛି ବାଚସ୍ପତି ପଦ ।
ମୁଖ୍ୟମନ୍ତ୍ରୀ ରେସରେ ପ୍ରାୟ ୧୫ ନେତାଙ୍କ ନାମ ରହିଥିଲା। ରେଖା ଗୁପ୍ତା ଦୌଡରେ ଥିଲେ ମଧ୍ୟ ତାଙ୍କ ନାଁ ପଛରେ ରହଥିଲା। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଲ ପ୍ରଥମ ଥରର ବିଧାୟିକା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଆସନ୍ତୁ ନଜର ପକାଇବା ରେଖାଙ୍କୁ ଚୟନ କରିବାର କିଛି ପ୍ରମୁଖ କାରଣ ଉପରେ।
କାହିଁକି ରେଖାଙ୍କୁ ବାଛିଲା ବିଜେପି ?
ରେଖା ଗୁପ୍ତା ଜଣେ ନିର୍ବିବାଦୀୟ ନେତ୍ରୀ
ପର୍ଭେସ ବର୍ମା, ରମେଶ ବିଧୁରୀଙ୍କ ଭଳି ବିବାଦୀୟ ନୁହେଁ
ଦିଲ୍ଲୀରେ ମହିଳାଙ୍କ ମୁଖ୍ୟମନ୍ତ୍ରୀଙ୍କ ଲମ୍ବା କାର୍ଯ୍ୟକାଳ
ରେଖାଙ୍କ ‘କାମ ହିଁ ପରିଚୟ’ କ୍ୟାମ୍ପେନ
ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
ଓବିସି ସମ୍ପ୍ରଦାୟରୁ ଆସିଛନ୍ତି ରେଖା ଗୁପ୍ତା
ବିହାରରେ ୬୩% ଓବିସି ଭୋଟ ରହିଛି
ଏହାଛଡା ବିହାର ପରେ ଉତ୍ତରପ୍ରଦେଶ ନିର୍ବାଚନ ମଧ୍ୟ ରହିଛି । ଆଉ ଉତ୍ତରପ୍ରଦେଶରେ ଓବିସି ଭୋଟ ୫୨ ପ୍ରତିଶତ ରହିଛି। ଉଭୟ ବିହାର ଏବଂ ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଚୟନ କରାଯାଇଥିବା କୁହାଯାଉଛି। ସେପେଟ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ଆତିଶୀ । ବିଜେପି ଖେଳିଥିବା ମହିଳା କାର୍ଡକୁ ସଠିକ୍ ସାବ୍ୟସ୍ଥ କରିବା ଏବଂ ଦଳ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ରେଖାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି ।