କନକ ବ୍ୟୁରୋ : ୭୯ ତମ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ଅବସରରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ପରେଡ୍ ରିହର୍ସଲ ଆୟୋଜିତ ହୋଇଛି । ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍ ସମାରୋହରେ ତାଙ୍କ କମାଲ ଦେଖାଇବେ । ଏଥର ସ୍ବାଧୀନତା ଦିବସ ପରେଡ୍ ସମାରୋହରେ ନେତୃତ୍ଵ ନେବେ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟା ଅବସ୍ତି । ଏଥର ଏହି ପରେଡ୍ ସମାରୋହରେ ନୂତନ ଭାବେ ସାମିଲ୍ ହୋଇଛନ୍ତି ଆନ୍ଧ୍ର ପୁଲିସ । ଏହି ରାଜ୍ୟସ୍ତରୀୟ ପରେଡ୍ ସମାରୋହରେ ପୁଲିସର ବିଭିନ୍ନ ପ୍ଲାଟୁନ ଯଥା OSAP, IR ବାଟାଲିୟନ, SOG, OSAF, OISF, ଓଡ୍ରାଫ, ଟ୍ରାଫିକ ପୁଲିସ ସହ ଫାୟର ସର୍ଭିସ୍ ଏବଂ ITBP, NDRF, ବିଏସଏଫ୍, ସିଆରପିଏଫ୍, ଓଡ୍ରାଫ ଟିମ ଭଳି ୫୦ଟି କଣ୍ଟିଜେଣ୍ଟ । ଏହାସହ ଏକାଧିକ ସ୍କୁଲ ଛାତ୍ରଛାତ୍ରୀ ମାନେ ପରେଡରେ ଅଂଶଗ୍ରହଣ କରିବେ । ଆଜି ଏନେଇ ଫାଇନାଲ ରିହର୍ସଲ ଆୟୋଜିତ ହୋଇଛି ।
ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍ : ଭୁବନେଶ୍ବରରେ ୭୯ତମ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି
ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍ ସମାରୋହରେ ତାଙ୍କ କମାଲ ଦେଖାଇବେ ।
/kanak/media/media_files/2025/08/13/pared-2025-08-13-09-51-53.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)