ଲଦାଖ ଏଲଏସିରେ ସୁଧୁରୁଛି ସ୍ଥିତି: ଏବେ ସୀମାରେ ନିୟମିତ ପାଟ୍ରୋଲିଂ, ଆଜି ପରସ୍ପରକୁ ମିଠା ଖୁଆଇ ପାଳିବେ ଦୀପାବଳି

Advertisment

୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ଜାରି ରହିଥିଲା ଅଶାନ୍ତି । ସୀମାରେ ବି ଚାଲିଥିଲା ଛୋଟବଡ଼ ଉତ୍ତେଜନା । ଆଜି ଦୀପାବଳି ଅବସରରେ ସୀମାରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିବେ ।

୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ଜାରି ରହିଥିଲା ଅଶାନ୍ତି । ସୀମାରେ ବି ଚାଲିଥିଲା ଛୋଟବଡ଼ ଉତ୍ତେଜନା । ଆଜି ଦୀପାବଳି ଅବସରରେ ସୀମାରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିବେ ।

wdwdw

କନକ ବ୍ୟୁରୋ: ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ଜାରି ରହିଥିଲା ଅଶାନ୍ତି । ସୀମାରେ ବି ଚାଲିଥିଲା ଛୋଟବଡ଼ ଉତ୍ତେଜନା । ଆଜି ଦୀପାବଳି ଅବସରରେ ସୀମାରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିବେ । ସୈନ୍ୟ ଅପସାରଣ ସହିତ ସୀମାରୁ ତମ୍ବୁ, ଅସ୍ଥାୟୀ ନିର୍ମାଣ ଆଦି ହଟାଇ ଦିଆଯାଇଛି । ଶୀଘ୍ର ସୀମାରେ ଦୁଇ ପକ୍ଷର ପାଟ୍ରୋଲିଂ ବ୍ୟବସ୍ଥା କରାଯିବ । ଏହାସହ କମାଣ୍ଡର, ବ୍ରିଗେଡିୟର ସ୍ତରରେ ଆଲୋଚନା ହେବ ।

ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଦୁଇ ଅଞ୍ଚଳରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା ସହ ଟେଣ୍ଟ ଗୁଡ଼ିକ ହଟାଇ ଦେଇଛନ୍ତି। ଏଥିସହ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଏବେ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବ। ଏଥିପାଇଁ ଦୁଇ ଦେଶ ରାଜି ମଧ୍ୟ ହୋଇଛନ୍ତି। ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଗତ ୨୫ ତାରିଖରେ ଏଲଏସିରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ । ଏବେ ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ, ଚୀନ୍ ସୀମାରେ ଉତ୍ତେଜନା ଏକ ପ୍ରକାର ଶେଷ ହୋଇଛି ।

ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚାଇନା
ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସଂପୂର୍ଣ୍ଣ ହଟିଲା ଚୀନ
ଉଭୟ ଦେଶ ନିର୍ମାଣ କରିଥିବା ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି
୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ପୂର୍ବସ୍ଥିତିକୁ ଫେରିଛନ୍ତି ଉଭୟ
ସୀମାରେ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରିଛି ଚୀନ
ଦୀର୍ଘ ୪ ବର୍ଷ ପରେ ସୀମା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ
ବୁଧବାର ଦୁଇ ଦେଶ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe