କାଲିଠୁ ‘ସୁଭଦ୍ରା‘ ପଞ୍ଜୀକରଣ; ଜାଣନ୍ତୁ କେମିତି ମିଳିବ ଫର୍ମ ଓ କେଉଁଠି କରିବେ ଆବେଦନ..

ବହୁପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ସରକାର ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ୟ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ଆଜି ୟୁଟ୍ୟୁବ୍ ଲାଇଭ୍ରେ ଉଦ୍ବୋଧନ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

Subhadra Yojana

କନକ ବ୍ୟୁରୋ : ସୁଭଦ୍ରା ଯୋଜନା ପାଇଁ ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଫର୍ମ ଉପଲବ୍ଧ ହେବା ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବହୁପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ସରକାର ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ୟ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ଆଜି ୟୁଟ୍ୟୁବ୍ ଲାଇଭ୍ରେ ଉଦ୍ବୋଧନ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

ଉଭୟ ଅଫଲାଇନ୍ ଓ ଅନଲାଇନରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ମହିଳା। ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ ବୋଲି ଘୋଷଣା କରିସାରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦେବେ ମୋହନ ସରକାର। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ା କହିଛନ୍ତି।

ଜାଣନ୍ତୁ କେମିତି ମିଳିବ ଫର୍ମ ଓ କେଉଁଠି କରିବେ ଆବେଦନ

  • ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ
  • ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ୟ୍ୟାଳୟ, ପୌରାଞ୍ଚଳ କାର୍ୟ୍ୟାଳୟରେ ମିଳିବ
  • ମୋ ସେବା କେନ୍ଦ୍ର,ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ହେବ ଫର୍ମ 
  • ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ ହୋଇପାରିବ
  • ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ ଆବେଦନକାରୀ
  • ଆବେଦନ ପାଇଁ ହିତାଧିକାରୀଙ୍କ ପାଖରେ ଆଧାର କାର୍ଡ/ନମ୍ବର ଥିବା ଆବଶ୍ୟକ 
  • ଆଧାର କାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଜରୁରୀ
  • ବ୍ୟାଙ୍କ ଆକାଉଣ୍ଟଟି ଚାଲୁଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ 
  • ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ଥିବା ଆବଶ୍ୟକ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe