କନକ ବ୍ୟୁରୋ : ହବିଷ୍ୟାଳି ଯୋଜନାରେ ଆଜିଠାରୁ ଆରମ୍ଭ ହେବ ପଞ୍ଜୀକରଣ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ଏହା ଅକ୍ଟୋବର ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ ପୂରଣ ପର୍ଯ୍ୟନ୍ତ ଜାରି ରହିବ । ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ଏଥର ବ୍ୟବସ୍ଥା ହୋଇଛି । ଏନେଇ ପୂର୍ବରୁ ବିଜ୍ଞପ୍ତି ଜାରୀ ହୋଇଛି ।
ଅକ୍ଟୋବର ୧୮ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳି । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବାକୁ ଥିବା ବେଳେ କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲାପାଳ ।
ଏକମାସ ଧରି ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ଶେଷ ହୋଇଛି । ସେପଟେ ପୁଣ୍ୟର ମାସ କାର୍ତ୍ତିକରେ ବ୍ରତଧାୀରୀ ମାନଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/wjqVjeIyKcF1SSAWcm3O.jpg)