କନକବ୍ୟୁରୋ:ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗର ଶୁଣାଣି ପାଇଁ ପଂଜୀକରଣ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୧ ତାରିଖ ଓ ଅକ୍ଟୋବର ୨୮ ତାରିଖରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ପୂର୍ବାହ୍ନ ୧୧ଟା ସମୟରୁ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଶୁଣାଣି ହେବ ।
ଏହି ଦୁଇଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଆଜି ଠାରୁ ପୂର୍ବାହ୍ନ୧୧ଟା ଠାରୁ ଆରମ୍ଭ ହେବ । ପ୍ରତି ଅଭିଯୋଗ ଶୁଣାଣି ଦିବସ ପାଇଁ ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିପାରିବେ।
ପଂଜୀକରଣ କରିଥିବା ଏହି ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ଜରିଆରେ ଏନେଇ ପଞ୍ଜୀକରଣ କରିପାରିବେ ।
ଅଭିଯୋଗ ଶୁଣାଣି ଦିନ ପଂଜୀକୃତ ହୋଇଥିବାର ପ୍ରମାଣପତ୍ର ଓ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।