କନକ ବ୍ୟୁରୋ: ୧୧ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ହଠାତ୍‌ ମଝି ଆକାଶରେ ନିଖୋଜ ହୋଇଯାଇଛି । ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟାଞ୍ଚଳରେ ବିମାନଟି ଉଡ଼ୁଥିବାବେଳେ ହଠାତ ଟ୍ରାଫିକ କଣ୍ଟ୍ରୋଲ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Advertisment

ଅଧିକ ପଢନ୍ତୁ ;  କଣ୍ଟେନର୍‌ ଫସିଯିବାରୁ ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଇଞ୍ଜିନ କ୍ଷତିଗ୍ରସ୍ତ

 ଇଣ୍ଡୋନେସିଆ ଏୟାର ଟ୍ରାନ୍ସପୋର୍ଟ ଦ୍ବାରା ପରିଚାଳିତ ଟର୍ବୋପ୍ରପ୍‌ ଏଟିଆର୍‌ ୪୨-୫୦୦ ଯୋଗ୍ୟକାର୍ତାରୁ ଦକ୍ଷିଣ ସୁଲାୱେସିର ରାଜଧାନୀକୁ ଯାଉଥିବାବେଳେ ଏହା ମଝି ଆକାଶରୁ କୁଆଡ଼େ ନିଖୋଜ ହୋଇଯାଇଛି । ପରିବହନ ମନ୍ତ୍ରାଳୟ ମୁଖପାତ୍ର ଏନଦା ପୁର୍ନମା ସାରି କହିଛନ୍ତି, ବିମାନଟିକୁ ଶେଷ ଥର ପାଇଁ ଆଜି ଅପରାହ୍ନ ୧.୧୭ରେ ମାରୋସ ଜିଲ୍ଲାର ଲିଙ୍ଗ-ଲିଙ୍ଗ ଅଞ୍ଚଳରେ ଟ୍ରାକ୍‌ କରାଯାଇଥିଲା । ବୁଲୁସାରାଉଙ୍ଗ ଜାତୀୟ ଉଦ୍ୟାନ ନିକଟରେ ଥିବା ଏକ ପାର୍ବତ୍ୟାଞ୍ଚଳରେ ଆଜି ଏହି ବିମାନ ନିଖୋଜ ହୋଇଛି । ବାୟୁସେନା ହେଲିକପ୍ଟର, ଡ୍ରୋନ୍‌ ଏବଂ ଗ୍ରାଉଣ୍ଡ ୟୁନିଟ୍‌ ଦ୍ବାରା ଏବେ ଏହି ବିମାନକୁ ଖୋଜିବାପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।