କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଛି ।ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ବାଡଗ୍ରାହୀ ମାନେ ବୈଠକରେ ସାମିଲ୍ ଅଛନ୍ତି । ଆଜି ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇ କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜାଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାର ଉତ୍ତର ମଧ୍ୟ ଗଜପତି ମହାରାଜା ରଖିଛନ୍ତି।
ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ । ସମସ୍ତ ସେବାୟତ ନିଯୋଗର ସମ୍ପାଦକ ଓ ସଭାପତିଙ୍କୁ ନୋଟିସ କଲେ ନୀତି ପ୍ରଶାସକ
ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ବାଡଗ୍ରାହୀ ମାନେ ବୈଠକରେ ସାମିଲ୍ ଅଛନ୍ତି । ଆଜି ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇଛି ।
/kanak/media/media_files/2025/05/03/Td7AhlxpaXfLkt8KuAPy.jpg)