ଦେଓମାଳିରେ ରାତି କାଟିବା ମନା, ରାତି ୮ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାରି ହେଲା କଟକଣା

Advertisment

ପରିବେଶ ସ୍ବଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ପୂର୍ବରୁ ଟ୍ବିଟ୍ କରି ଚିନ୍ତା ପ୍ରକଟ କରିଥିଲେ ବରିଷ୍ଠ ସିନେ ନିର୍ମାତା ରାଜାମୌଲି ।

ପରିବେଶ ସ୍ବଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ପୂର୍ବରୁ ଟ୍ବିଟ୍ କରି ଚିନ୍ତା ପ୍ରକଟ କରିଥିଲେ ବରିଷ୍ଠ ସିନେ ନିର୍ମାତା ରାଜାମୌଲି ।

ଦେଓମାଳିରେ ରାତି କାଟିବା ମନା

ଦେଓମାଳିରେ ରାତି କାଟିବା ମନା Photograph: (kanakNews)

କନକ ବ୍ୟୁରୋ: ଦେଓମାଳିରେ ରାତିରେ ରହିବା ମନା । ଦେଓମାଳିରେ ରାତ୍ରୀ ରହଣି ଉପରେ କଟକଣା ଲଗାଇଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବାକୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଆଧାରରେ ଏହା ଲାଗୁ ହୋଇଛି । ଏହି ପର୍ଯ୍ୟଟନସ୍ଥଳୀର ସ୍ବଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ନିର୍ଦ୍ଦେଶାନାମାରେ କହିଛନ୍ତି, ଦେଓମାଳି ହିଲ୍‌ଟପ୍‌ ରାତି ୮ଟାରୁ ସକାଳ ୫ଟା ଯାଏଁ ପର୍ଯ୍ୟଟକମାନେ ରହିପାରିବେ ନାହିଁ । ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର ଭିଡ଼ିଓ ସେୟାର କରି ଉଦ୍‌ବେଗ ପ୍ରକାଶ କରିଥିଲେ । 

ଦେଓମାଳି : ରାତ୍ରୀ ରହଣି ଉପରେ କଟକଣା
- ଦେଓମାଳି ହିଲ୍‌ଟପରେ ରହଣି ଉପରେ କଟକଣା
- ରାତି ୮ଟାରୁ ଭୋର ୫ଟା ପର୍ଯ୍ୟନ୍ତ ହିଲ୍‌ଟପ ଉପରେ ରହିପାରିବେନି ପର୍ଯ୍ୟଟକ
- ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି ଦେଓମାଳି ହିଲ୍‌ଟପରେ ରାତିରେ ରହିପାରିବେନି
- କେବଳ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ଦ୍ବାରା ବୁକିଂ କରିଥିଲେ ରହିବାକୁ ମିଳିବ ଅନୁମତି 
- ପର୍ଯ୍ୟଟକ କୌଣସି ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ ହିଲ୍‌ଟପ ଉପରକୁ ନେଇପାରିବେ ନାହିଁ
- ପର୍ଯ୍ୟଟକ ଆବର୍ଜନା ଏଣେତେଣେ ନପକାଇ ଡଷ୍ଟବିନ୍‌ରେ ପକାଇବେ
- ନିୟମ ଉଲ୍ଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ 
- ଟୁର୍‌ ଅପରେଟର ଓ ଭେଣ୍ଡର୍‌ମାନେ ଆବର୍ଜନା ନିଷ୍କାସନକୁ ସୁନିଶ୍ଚିତ କରିବେ 
- ଏହି ନିର୍ଦ୍ଦେଶ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe