କନକ ବ୍ୟୁରୋ : ପଞ୍ଚଲିଙ୍ଗେଶ୍ବରଙ୍କୁ ଛୁଇଁବା ପାଇଁ ବାରଣ କଲା ମନ୍ଦିର ପ୍ରଶାସନ । ପ୍ରବଳ ବର୍ଷାରେ ପଞ୍ଚଲିଙ୍ଗେଶ୍ବର ସ୍ଥିତ ଝରଣାର ସ୍ରୋତ ପ୍ରଖର ହେବାରେ ଲାଗିଛି । ଗତକାଲିଠାରୁ ଲାଗିରହିଥିବା ପ୍ରବଳ ବର୍ଷାରେ ଉଛୁଳୁଛି ବାଲେଶ୍ବର ନୀଳଗିରିରେ ଥିବା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର । ଝରଣା ପାଣିର ସ୍ରୋତ ପ୍ରଖର ଥିବାରୁ ଭକ୍ତଙ୍କୁ ବାରଣ କରିଛି ମନ୍ଦିର ପ୍ରଶାସନ । ପୂଜା ମଣ୍ଡପରେ ଥିବା ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ଦେଖାଯାଇଛି । ସେପଟେ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ଏହି ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖାଯାଇଛି ।