ଭାରତରେ ରହିବାକୁ ଶରଣାର୍ଥୀଙ୍କୁ ମିଳିବ ଅନୁମତି; କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ଆସିଥିବା ଶରଣାର୍ଥୀଙ୍କୁ ରହିବାକୁ ମିଳିବ ଅନୁମତି । ସିଏଏ ଅଧିନିୟମ ଗୁରୁତ୍ବପୂର୍ଣ୍ଣ  । 

32

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏଣିକି ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଚାଲି ଆସିଥିବା ଅଣ ମୁସଲିମଙ୍କୁ ଦେଶ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ  । କାରଣ ଅଣମୁସଲିମମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର କଟଅଫ୍ ତାରିଖରେ ବଡ଼ ପରିବର୍ତ୍ତନ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି , ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡ଼ନ ଶିକାର ହୋଇ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧଧର୍ମାବଲମ୍ବୀ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ରହିପାରିବେ । ସେମାନଙ୍କ ପାଖରେ ପାସପୋର୍ଟ କିମ୍ବା କୌଣସି ବୈଧ ଯାତ୍ରା ଦସ୍ତାବିଜ ନଥିଲେ ମଧ୍ୟ ସେମାନେ ଭାରତରେ ରହିପାରିବେ ବୋଲି ମନ୍ତ୍ରଣାଳୟ କହିଛି ।

ଗତବର୍ଷ ଦେଶରେ ଲାଗୁ ହୋଇଥିବା ସିଏଏରେ କୁହାଯାଇଥିଲା ୨୦୧୪ ମସିହା ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଭାରତ ଚାଲି ଆସିଥିବା ସଂଖ୍ୟାଲଘୁମାନଙ୍କୁ ହିଁ ଦେଶର ନାଗରିକତା ମିଳିବ । ଏବେ ଏହି ସମୟସୀମାକୁ ୨୦୨୪ ଡିସେମ୍ବର ୩୧ ଯାଏ ବୃଦ୍ଧି କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe