କନକ ବ୍ୟୁରୋ : ରାଜସ୍ବ ବିଭାଗରେ ଆସିବ ସଂସ୍କାର । ବ୍ରିଟିଶ ଅମଳର କିସମ ହେବ ପରିବର୍ତ୍ତନ । କମିବ ଜମି କିସମ ସଂଖ୍ୟା । ୭୦୦୦ ଜମି କିସମରୁ କମ ହୋଇ ମାତ୍ର ୨୭ଟି କିସମ ରଖାଯିବ । ଏନେଇ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ  ବୋଲି କହିଛନ୍ତି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ସେହିଭଳି ଜମି  ସ୍ବତ୍ବ ର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି କାଲି ଏତେ ପ୍ରକାରର  ସ୍ବତ୍ବ ର କୌଣସି ଆବଶ୍ୟକତା ନାହିଁ । ତେଣୁ ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଚ୍ଛେଦ  କରିବେ ବୋଲି କହିଛନ୍ତି ମନ୍ତ୍ରୀ ।