ପେନସନ୍ ସ୍କିମ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି ; ୧୦ ବର୍ଷ ଚାକିରି କଲେ ୧୦ ହଜାର... ଅନ୍ୟ ନିୟମ ବି ଜାଣନ୍ତୁ ।

Advertisment

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ୟୁନିଫାଇଡ ପେନସନ ସ୍କିମକୁ ମିଳିଲା ମଞ୍ଜୁରୀ । ୨୫ବର୍ଷ କାମ କଲା ପରେ ମିଳିବ ପୁରା ପେନସନ । ୧୦ବର୍ଷ କାମ କରି ଚାକିରି ଛାଡିଦେଲେ ୧୦ ହଜାର ଟଙ୍କା । ୧ଏପ୍ରିଲ ୨୦୨୫ରୁ ହେବ ଲାଗୁ ।

Updated On

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ୟୁନିଫାଇଡ ପେନସନ ସ୍କିମକୁ ମିଳିଲା ମଞ୍ଜୁରୀ । ୨୫ବର୍ଷ କାମ କଲା ପରେ ମିଳିବ ପୁରା ପେନସନ । ୧୦ବର୍ଷ କାମ କରି ଚାକିରି ଛାଡିଦେଲେ ୧୦ ହଜାର ଟଙ୍କା । ୧ଏପ୍ରିଲ ୨୦୨୫ରୁ ହେବ ଲାଗୁ ।

ଅଦ୍ୟତନ ହୋଇଛି
pension

କନକ ବ୍ୟୁରୋ: ପେନସନ ନେଇ କେନ୍ଦ୍ର କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। ନୂଆ ପେନସନ ସ୍କିମରେ ସୁଧାର ନେଇ ଦୀର୍ଘଦିନରୁ ହେଉଥିବା ଦାବିକୁ ଗ୍ରହଣ କରି କେନ୍ଦ୍ର କ୍ୟାବିନେଟ୍ ୟୁନିଫାଏଡ ପେନସନ ସ୍କିମ, ୟୁପିଏସକୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ୍। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ନୂଆ ପେନସନ ସ୍କିମରେ ସୁଧାର ନେଇ ଡାକ୍ତର ସୋମନାଥ କମିଟି ଗଠନ କରାଯାଇଥିଲା। ଚାକିରୀ ପରେ ମିଳୁଥିବା ପେନସନକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହି ସ୍କିମ ଅନୁସାରେ ୧୦ ବର୍ଷ ଚାକିରୀ କଲେ ୧୦ ହଜାର ପେନସନ ମିଳିବ। ସେହିଭଳି କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ମୃତ୍ୟୁ ଯାଏଁ ମିଳିବାକୁ ଥିବା ପେନସର ୬୦ ପ୍ରତିଶତ ପରିବାରକୁ ମିଳିବ। ଏହା ୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ। ରାଜ୍ୟ ସରକାର ବି ଏହାକୁ ଚାହିଁଲେ ଲାଗୁ କରିପାରିବେ।   

୨୫ ବର୍ଷ ପରେ ପୂରା ପେନସନ ମିଳିବ :
ଅବସର ପରେ ପୂର୍ବ ବେସିକ ପେ’ର ୫୦% ପେନସନ ଭାବେ ମିଳିବ
କର୍ମଚାରୀଙ୍କ ମୃତ୍ୟୁ ହେଲେ ପେନସର ୬୦ ପ୍ରତିଶତ ପରିବାରକୁ ମିଳିବ
ଅତିକମରେ ୧୦ ବର୍ଷ ଚାକିରି କରିଥିଲେ ପେନସନ ଲାଗୁ ହେବ
୧୦ ବର୍ଷ କାମ କଲେ ୧୦ ହଜାର ପେନସନ ମିଳିବ
ଆସ୍ୟୁରାଡ ଫେମିଲି ପେନସନ, ଆସ୍ୟୁରଡ ପେନସନ, ଆସ୍ୟୁରଡ ମିନିମନ ପେସନସ ଦିଆଯିବ

୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ ୟୁପିଏସ୍ ।
ପ୍ରଥମ ବର୍ଷରେ ପେନସନ ବାବଦରେ ୬,୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ  ।
ଚାହିଁଲେ ୟୁପିଏସକୁ ରାଜ୍ୟ ସରକାର ମଧ୍ୟ ଲାଗୁ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe